ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ହେଉଛି ଛୋଟ ଦୀପାବଳୀ । ଏହାକୁ ନରକ ଚର୍ତ୍ତୁଦଶୀ ମଧ୍ୟ କୁହାଯାଏ । ଆଜିର ଦିନରେ ଭଗବାନ ଶ୍ରୀକୃଷ୍ଣ ନରକାସୁର ରାକ୍ଷସ ବଧ କରିଥିଲେ । ସେଥିପାଇଁ ଏହି ଚର୍ତ୍ତୁଦଶୀର ନାମ ରହିଛି ନରକ ଚର୍ତ୍ତୁଦଶୀ । ଯେଉଁ ବ୍ୟକ୍ତି ବିଧି ବିଧାନ ସହ ପୂଜାର୍ଚ୍ଚନା କରନ୍ତି ତାଙ୍କୁ ନର୍କ ନିବାରଣ ନିବାରଣର ଅର୍ଶିବାଦ ମିଳିଥାଏ । ଶ୍ରୀମଦ୍ ଭଗବତ ଗୀତା ଅନୁଯାୟୀ ନରକାସୁର ନାମରେ ଏକ ବଡ ପରାକ୍ରମୀ ରାକ୍ଷସ ଥିଲା । ଯିଏ ଭୂମିରୁ ଉତ୍ପନ୍ନ ହୋଇ ଆକାଶ ମାର୍ଗରେ ବିଚରଣ କରି ରହୁଥିଲେ ।
ସେ ଦେବତାମାନଙ୍କର ହସ୍ତି, ଅଶ୍ୱ, କୁବେର ମଣି, ମାଣିକ୍ୟ ତଥା ପଦ୍ମନିଧି ନାମକ ଶଙ୍ଖ ଛଡାଇ ନେଇଥିଲେ । ଗୋଟେ ଦିନ ସମସ୍ତ ଦେବତା ନରକାସୁର ଭୟରେ ପୀଡିତ ହୋଇ ଇନ୍ଦ୍ରଙ୍କୁ ନେଇ ଶ୍ରୀକୃଷ୍ଣଙ୍କ ପାଖକୁ ସହାୟତା ପାଇଁ ଯାଇଥିଲେ ।
ଦେବତାମାନଙ୍କର ସମସ୍ତ କଥା ଶୁଣିବା ପରେ ଶ୍ରୀକୃଷ୍ଣ ଗରୁଡ ଉପରେ ବସି ନରକାସୁର ନଗରୀରେ ପହଁଚିଥିଲେ । ସେଠାରେ ସେ ସମସ୍ତ ରାକ୍ଷସକୁ ବଧ କରି ପଞ୍ଚମୁଖୀ ଶଙ୍ଖ ବଜାଇବାରୁ ନରକାସୁର ଦିବ୍ୟ ରଥ ଉପରେ ବିରାଜମାନ କରି ଶ୍ରୀକୃଷ୍ଣଙ୍କ ପାଖରେ ପହଁଚି ଯୁଦ୍ଧ କରିବା ଆରମ୍ଭ କରିଥିଲେ । ଏହି ଘମାଘଟ ଯୁଦ୍ଧରେ ଶ୍ରୀକୃଷ୍ଣ ନରକାସୁରର ଛାତିକୁ ଦିବ୍ୟ ଅସ୍ତ୍ର ଯୋଗେ ପ୍ରହାର କରିବାରୁ ସେ ମାଟିରେ ପଡି ଯାଇଥିଲା ।
ତାପରେ ମାତୃଭୂମିର ପାର୍ଥନା କ୍ରମେ ଭଗବାନ ଶ୍ରୀକୃଷ୍ଣ ନରକାରସୁର ପାଖକୁ ଯାଇ ବର ମାଗିବାକୁ କହିଲେ । ସେତେବେଳେ ନରକାସୁର କହିଥିଲା କି, ଯେଉଁ ମନୁଷ୍ୟ ମୋ ମୃତ୍ୟୁ ଦିନ ମାଙ୍ଗଳିକ ସ୍ନାନ କରିବ ସେ କଦାପି ନର୍କ ଯାତନା ମିଳିବ ନାହିଁ । ଏହାସହିତ ଭଗବାନ ବିଭିନ୍ନ ରାଜ୍ୟର ୧୬୦୦୦ ଜଣ କନ୍ୟାଙ୍କୁ ନରକାସୁର କବଳରୁ ରକ୍ଷା କରିଥିଲେ । ନରକାସୁର ବଧ ହେବା ଖୁସିରେ ଦୀପାବଳୀ ଗୋଟେ ଦିନ ପୂର୍ବରୁ ନରକ ଚର୍ତ୍ତୁଦର୍ଶୀ ବା ଛୋଟ ଦୀପାବଳୀ ପାଳନ କରାଯାଏ ।