ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ପାଳନ କରାଯାଇଥାଏ । ସେହିଅନୁଯାୟୀ ଆସନ୍ତା ୨୬ ତାରିଖରେ ପାଳନ ହେବ ବସନ୍ତ ପଞ୍ଚମୀ । ଏହିଦିନ ମା ସରସ୍ୱତୀଙ୍କୁ ଆରାଧନା କରାଯାଇଥାଏ । ବିଦ୍ୟା ଓ କଳା ର ଦେବୀ ହେଉଛନ୍ତି ମାତା ସରସ୍ୱତୀ । ଏହିଦିନ ସବୁକିଛି ହଳଦିଆ ଦେଖାଯାଇଥାଏ । କାରଣ ଏହିଦିନ ହଳଦିଆ ରଙ୍ଗର ଖୁବ୍ ମହତ୍ୱ ରହିଛି । ହିନ୍ଦୁ ଧର୍ମରେ ହଳଦିଆ ରଙ୍ଗକୁ ଶୁଭ ବୋଲି କୁହାଯାଏ । ତେବେ ଆଜି ଆସନ୍ତୁ ଜାଣିବା ଏହିଦିନ ହଳଦିଆ ରଙ୍ଗକୁ କାହିଁକି ଏତେ ମହତ୍ୱ ଦିଆଯାଏ ।
– ହଳଦିଆ ରଙ୍ଗ ଶୁଦ୍ଧ ଏବଂ ସାତ୍ୱିକ ପ୍ରବୃତିର ପ୍ରତୀକ ।
– କୁହାଯାଏ କି ହଳଦିଆ ରଙ୍ଗ ବୃହସ୍ପତିଙ୍କ ପ୍ରତୀକ । ସେହିପରି ବୃହସ୍ପତିଙ୍କୁ ମଧ୍ୟ ଜ୍ଞାନର ଦେବତା ବୋଲି କୁହାଯାଏ ।
– ସେଥିପାଇଁ ଏହିଦିନ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିଯାଏ ।
– ବସନ୍ତ ପଞ୍ଚମୀ ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି । ସୂର୍ଯ୍ୟଙ୍କ କିରଣରେ ପୃଥୀବୀ ହଳଦିଆ ହୋଇଥାଏ ।
– ଚଳିତବର୍ଷ ବସନ୍ତ ପଞ୍ଚମୀ ଗୁରୁବାର ପଡୁଥିବାରୁ ଏହିଦିନର ମହତ୍ୱ ଆହୁରି ଅଧିକ ବଢି ଯାଇଛି ।
– ଏହିଦିନ ମା ସରସ୍ୱତୀଙ୍କୁ ହଳଦିଆ ରଙ୍ଗର ଫୁଲ ଅର୍ପଣ କରିବା ଉଚିତ୍ ।
– ମା ସରସ୍ୱତୀଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ଏବଂ ହଳଦିଆ ଭୋଜନର ଭୋଗ ଲଗାଇବା ଉଚିତ୍ ।