ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭଗବାନଙ୍କୁ ପୂଜା କରିବାର ବିଶେଷ ମହତ୍ୱ ରହିଛି । ନୀତି ନିୟମ ଅନୁଯାୟୀ ପୂଜା କରିବା ଦ୍ୱାରା ଆନ୍ତରିକ ଶକ୍ତି ପ୍ରାପ୍ତ ହେବା ସହ ମନ ଶାନ୍ତି ରହିଥାଏ । ଧାର୍ମିକ ମାନ୍ୟତା ଏବଂ ଶାସ୍ତ୍ରରେ ଯେଉଁ କଥା ବର୍ଣ୍ଣିତ ଅଛି, ସେ ସବୁ ନିୟମ ରେ ପୂଜା-ପାଠ କରିବା ପାଇଁ ଲୋକେ ଚେଷ୍ଟା କରିଥାନ୍ତି । ମାତ୍ର ଅନେକ ସମୟରେ କିଛି ନା କିଛି ଭୁଲ୍ ହୋଇ ଯାଇଥାଏ । ସେଥିପାଇଁ ହିନ୍ଦୁଧର୍ମରେ ପୂଜା କରିବା ପରେ ଭଗବାନଙ୍କୁ ଭୁଲ୍ ମାଗିବାର ନିୟମ ରହିଛି ।
ହିନ୍ଦୁ ଧର୍ମରେ କ୍ଷମା ପାଇଁ ଏହି ମନ୍ତ୍ର ପାଠ କରାଯାଇଥାଏ….
ଆବାହନଂ ନ ଜାନାମି ନ ଜାନାମି ବିସର୍ଜନମ୍ । ପୂର୍ଜା ଚୌବ ନ ଜାନାମି କ୍ଷମସ୍ୱ ପରମେଶ୍ୱର । ।
ମନ୍ତ୍ରହୀନଂ କ୍ରିୟାହୀନଂ ଭକ୍ତିହୀନଂ ଜନାର୍ଦନ । ୟତ୍ପୁଜିତଂ ମୟା ଦେବ! ପରିପୂର୍ଣ୍ଣ ତଦସ୍ତୁ ମେ । ।
ଏହି ମନ୍ତ୍ରର ଅର୍ଥ ହେଉଛି, ଭଗବାନ ମୁଁ ଆପଣଙ୍କୁ ଡାକିବା ଜାଣିନି କି ବିଦା କରିବା ବୀ ଜାଣିନି । ମୋ ଦ୍ୱାରା ଯାହା ବି ଭୁଲ୍ ହୋଇଛି ସେଥିପାଇଁ ମୋତେ କ୍ଷମା କର । ମୋତେ ପୂଜା କରିବାର ପ୍ରକ୍ରିୟା ଜଣାନାହିଁ କି ମନ୍ତ୍ର ମନେ ରଖିବାର ପ୍ରକ୍ରିୟା ବି ଜଣା ନାହିଁ । ମୋ ପୂଜା ସ୍ୱୀକାର କରନ୍ତୁ ।
ଯଦି ଆପଣ ମନ୍ତ୍ର ଜପିପାରୁ ନାହାନ୍ତି ତେବେ ଆପଣ ବିନା ମନ୍ତ୍ରରେ ବି କ୍ଷମା ପ୍ରର୍ଥନା କରିପାରିବେ । କ୍ଷମା ମାଗିବା ଦ୍ୱାରା ଆପଣଙ୍କ ଭିତରେ ଅଂହକାର ଭାବନା ଜାତ ହୋଇନଥାଏ ।