ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁଧର୍ମ ସଂପୂର୍ଣ୍ଣ ସଂସ୍କୃତି ଏବଂ ପରମ୍ପରା ଉପରେ ନିର୍ଭର । ଏହି ଧର୍ମରେ ଏଭଳି କିଛି କଥା ଅଛି ଯାହା ବହୁ ପୁରାତନ କାଳରୁ ପ୍ରଚଳିତ ହୋଇ ଆସୁଛି । ଏହି ପରମ୍ପରା ପାଇଁ ସାରା ଦୁନିଆରେ ଭାରତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରଛି । ହିନ୍ଦୁଧର୍ମରେ କିଛି ପୁରାତନର କିଛି ବୈଜ୍ଞାନିକ ମହତ୍ୱ ରହିଛି । ହୁଏତ କିଛି ଲୋକ ଏ ବିଷୟରେ ଜାଣିଥିବେ, କିନ୍ତୁ ଆଉ କିଛି ଲୋକ ସଂପୂର୍ଣ୍ଣ ଅଜଣା ଥିବେ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହି ଧର୍ମର ମହତ୍ୱ ।
ସେଥି ମଧ୍ୟରୁ ଏକ ମହତ୍ୱ ହେଉଛି ହିନ୍ଦୁଧର୍ମର ବିବାହିତା ନାରୀଙ୍କ ସିନ୍ଦୁର । ପ୍ରାୟତଃ ଆପଣମାନେ ଦେଖିଥିବେ ବିବାହିତା ନାରୀ ସିନ୍ଦୁର ଲଗେଇଥାନ୍ତି । ଏହା ହେଉଛି ସୁହାଗର ପ୍ରତିକ । ହିନ୍ଦୁଧର୍ମ ଶାସ୍ତ୍ରରେ ଏହି ସିନ୍ଦୁର ବିଷୟରେ ଅନେକ ନିୟମ ବର୍ଣ୍ଣନା କରାଯାଇଛି । ଯାହାକୁ ପାଳନ କଲେ ମହିଳାମାନଙ୍କ ସହିତ ତାଙ୍କ ପାରିବାରକୁ ଖୁବ୍ ଲାଭ ହୋଇଥାଏ । ଯେଉଁ ମହିଳା ଏହି ନିୟମର ପାଳନ ନକରନ୍ତି ତାଙ୍କ ଜୀବନରେ ଅନେକ ସମସ୍ୟା ଦେଖାଦେବାର ଆଶଙ୍କା ଥାଏ ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,ଯଦି ମହିଳାମାନେ ସଠିକ୍ ଉପାୟରେ ମଥାରେ ସିନ୍ଦୁର ଲଗାଇ ଥାନ୍ତି,ତେବେ ଏହାଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଏହାସହିତ ଘରେ ସୁଖ ଶାନ୍ତି ବଳବତ୍ତର ରହିଥାଏ । ଏବଂ ପତୀଙ୍କ ବୟସ ବୃଦ୍ଧି ହୋଇଥାଏ । ଯଦି ସଠିକ୍ ଉପାୟରେ ସିନ୍ଦୁର ନଲଗାଉଛନ୍ତି, ତେବେ ପତୀଙ୍କର ଧନ ସମ୍ବନ୍ଧୀୟ ଅସୁବିଧା ଦେଖାଯିବା ସହ ତାଙ୍କ ଶରୀରରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ ସିନ୍ଦୁର ଲଗାଇବା ବେଳେ କେଉଁ କଥା ଉପରେ ଧ୍ୟାନ ଦେବା ଉଚିତ୍,ତାହା କହିବାକୁ ଯାଉଛୁ ।
– ବିବାହିତା ମହିଳା ଭୁଲରେ ବି ଅନ୍ୟ ମହିଳାଙ୍କ ସିନ୍ଦୁର ମଥାରେ ଲଗାନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ । ଏହାଦ୍ୱରା ପତୀଙ୍କର ଧନ ସମ୍ବନ୍ଧୀୟ ସମସ୍ୟା ଦେଖାଯେଇଥାଏ ।
– ସର୍ବଦା ନିଜ ଟଙ୍କାରେ ସିନ୍ଦୁର କିଣି ମଥାରେ ଲଗାନ୍ତୁ ।
– ଯଦି ଆପଣଙ୍କୁ କେହି ଉପହାରରେ ସିିନ୍ଦୁର ଦେଇଛନ୍ତି, ତେବେ ତାହାକୁ ବିଲକୁଲ ମଥାରେ ଲଗାନ୍ତୁ ନାହିଁ । ଏହା ଅଶୁଭର ପ୍ରତୀକ ।