ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । ଚଳିତବର୍ଷ ଅଗଷ୍ଟ ୩୦ ରେ ପଡୁଛି ଏହି ପର୍ବ । ସରା ଦେଶରେ ବେଶ ଧୁମ ଧାମରେ ପାଳନ କରାଯାଏ ଏହି ପର୍ବ ।ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି । ଏହାସହିତ ଯେଉଁମାନଙ୍କ ଘରେ କୃଷ୍ଣ ମୂର୍ତ୍ତି ରହିଛି ସେମାନେ ସ୍ୱତନ୍ତ୍ର ଭାବେ ଶୃଙ୍ଗାର କରିବା ସହ ଭଗବାନଙ୍କ ପ୍ରିୟ ଜିନିଷ ପ୍ରସାସରେ ଲଗାଇଥାନ୍ତି । ମାନ୍ୟତା ରହିଛି କି ଏହାଦ୍ୱାରା ଭଗବାନ କୃଷ୍ଣଙ୍କ ଅସୀମ କୃପା ଲାଭ ହୋଇଥାଏ । ଜ୍ୟୋତିଷଶାସ୍ତ୍ର ଅନୁସାରେ ନିଜ ରାଶି ଅନୁସାରେ ଶ୍ରୀକୃଷ୍ଣଙ୍କ ଶୃଙ୍ଗାର ଏବଂ ଭୋଗ ଲଗାଇବା ଦ୍ୱାରା ମନଇଛା ଫଳ ପ୍ରାପ୍ତି ହୋଇଥାଏ । ତେବେ ଆସନ୍ତୁ ଜାଣିବା ରାଶି ଅନୁସାରେ ଶ୍ରୀକୃଷ୍ଣଙ୍କ ଭୋଗ ଏବଂ ଶୃଙ୍ଗାର
ମେଷ ରାଶି: ଏହି ରାଶିର ବ୍ୟକ୍ତି ଜନ୍ମାଷ୍ଟମୀରେ ଲାଲ ରଙ୍ଗର କପଡାରେ ଶ୍ରୀକୃଷ୍ଣଙ୍କୁ ଶୃଙ୍ଗାର କରନ୍ତୁ । ଏହାସହିତ ଲହୁଣୀ ଏବଂ ମିଶିର ଭୋଗ ଲଗାନ୍ତୁ ।
ବୃଷ ରାଶି: ଏହି ରାଶିର ବ୍ୟକ୍ତି ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ଧଳା ରଙ୍ଗର ବସ୍ତ୍ର ପିନ୍ଧାଇ ଭୋଗରେ ଲହୁଣୀ ଲଗାନ୍ତୁ । ଏହାଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ସମସ୍ୟା ଦୂର ହୋଇଯିବ ।
ମିଥୁନ ରାଶି: ଏହି ରାଶିର ବ୍ୟକ୍ତି ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ସବୁଜ ରଙ୍ଗ ବସ୍ତ୍ର ପିନ୍ଧାଇ ଚନ୍ଦନ ତିଳକ ଲଗାନ୍ତୁ । ଏହାପରେ ଦହି ଭୋଗ ଲଗାଇ ହାତ ଯୋଡି ପ୍ରାର୍ଥନା କରନ୍ତୁ ।
କର୍କଟ ରାଶି: କର୍କଟ ରାଶିର ବ୍ୟକ୍ତି ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ଧଳା ରଙ୍ଗର ବସ୍ତ୍ରରେ ଶୃଙ୍ଗାର କରନ୍ତୁ । ଏହାସହିତ ତାଙ୍କୁ ଖୀର ଏବଂ କେସର ଭୋଗରେ ଲଗାନ୍ତୁ ।
ସିିଂହ ରାଶି: ଏହି ରାଶିର ବ୍ୟକ୍ତି ଗୋଲାପି ରଙ୍ଗର ବସ୍ତ୍ରରେ କାହ୍ନାଙ୍କ ଶୃଙ୍ଗାର କରିବା ଉଚିତ୍ । ଏହାସହିତ ଅଷ୍ଟଗନ୍ଧ ତିଳକ ଲଗାଇ ପ୍ରସାରେ ଲହୁଣୀ ଏବଂ ମିଶିରି ଲଗାନ୍ତୁ ।
କନ୍ୟା ରାଶି : ଏହି ରାଶିର ବ୍ୟକ୍ତି ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ସବୁଜ ରଙ୍ଗର ବସ୍ତ୍ରରେ ଶୃଙ୍ଗାର କରନ୍ତୁ ।
ତୁଳା ରାଶି: ଏହି ରାଶିର ବ୍ୟକ୍ତି ଶ୍ରୀକୃଷ୍ଣଙ୍କୁ ଗୋଲାପି ରଙ୍ଗର ବସ୍ତ୍ର ପିନ୍ଧାଇ ଘିଅ ଭୋଗ ଲଗାନ୍ତୁ ।
ବିଛା ରାଶି: ଏହି ରାଶିର ବ୍ୟକ୍ତି ଶ୍ରୀକୃଷ୍ଣଙ୍କୁ ଜନ୍ମାଷ୍ଟମୀରେ ଲାଲ ରଙ୍ଗର ବସ୍ତ୍ରରେ ଶୃଙ୍ଗାର କରି ଦହି ଏବଂ ଲହୁଣୀ ଭୋଗରେ ଲଗାନ୍ତୁ ।
ଧନୁ ରାଶି: ଧନୁ ରାଶିର ବ୍ୟକ୍ତି ଶ୍ରୀକୃଷ୍ଣଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧାନ୍ତୁ । ଏହାପରେ ହଳଦିଆ ରଙ୍ଗର ମିଠା ଭୋଗରେ ଲଗାନ୍ତୁ ।
ମକର ରାଶି: ଏହି ରାଶିର ବ୍ୟକ୍ତି ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ନୀଳ ରଙ୍ଗର ବସ୍ତ୍ରରେ ଶୃଙ୍ଗାର କରନ୍ତୁ । ପୂଜାରେ ଶ୍ରୀକୃଷ୍ଣଙ୍କୁ ମିଶିରି ଭୋଗ ଲଗାନ୍ତୁ ।
କୁମ୍ଭ ରାଶି: ଜନ୍ମଷ୍ଟମୀରେ ନୀଳ ରଙ୍ଗର ବସ୍ତ୍ରରେ ଶ୍ରୀକୃଷ୍ଣଙ୍କୁ ଶୃଙ୍ଗାର କରନ୍ତୁ ଏହି ରାଶିର ବ୍ୟକ୍ତି ।
ମୀନ ରାଶି : ଏହି ରାଶିର ବ୍ୟକ୍ତି ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧାନ୍ତୁ ଏବଂ ପ୍ରସାଦରେ କେସର ଓ ବର୍ଫିା ଭୋଗ ଲଗାନ୍ତୁ ।