ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ପ୍ରତ୍ୟେକ ମାସରେ ଏକାଦଶୀ ତିଥିର ବଡ ମହତ୍ୱ ରହିଛି । ଏହିଦିନ ଭଗବାନ ବିଷ୍ଣୁଙ୍କ ପୂଜା ଏବଂ ବ୍ରତ ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ । ସେହିପରି ଆଜି ହେଉଛି ଜୟା ଏକାଦଶୀ । ଆଜିର ଦିନରେ ଭଗବାନ ବିଷ୍ଣୁଙ୍କ ଜଗଦୀଶ ସ୍ୱରୂପକୁ ପୂଜା କରିବାର ବିଧି ରହିଛି ।
ଏହାସହିତ ଆର୍ଥିକ ସଙ୍କଟରୁ ମୁକ୍ତି ପାଇଁ ଜୟା ଏକାଦଶୀରେ କରନ୍ତୁ ଏହି ଖାସ୍ ଉପାୟ…
– ବର ପତ୍ରରେ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ ।
– ବର ପତ୍ରରେ ୧୨ଟି ବାଦାମ ରଖି ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରନ୍ତୁ । ଏହାପରେ ସେହି ବାଦାମକୁ କଳା କପଡାରେ ବାନ୍ଧି ଘରେ ଲୁଚାଇ ଦିଅନ୍ତୁ ।
– ଓଁ ଜଗଦୀଶ୍ୱରାୟେ ନମଃ ମନ୍ତ୍ର ଜପନ୍ତୁ ।
– ଜୟା ଏକାଦଶୀ ବ୍ରତର ପୌରାଣିକ କଥା ପଢନ୍ତୁ ବା ଶୁଣନ୍ତୁ । ଏହାପରେ ଯାଇ ବ୍ରତର ପୁରା ଫଳ ପ୍ରାପ୍ତି ହେବ ।