ପୁରୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର ଶ୍ରାବଶ ଶୁକ୍ଳପକ୍ଷ ଦଶମୀ ତିଥି । ଏହି ଅବସରରେ ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ମହାପ୍ରଭୁଙ୍କ ଝୁଲଣ ଯାତ୍ରା । ସାତ ଦିନ ଧରି ଚାଲିବ ଏହି ଯାତ୍ରା । ମଧ୍ୟାହ୍ନ ଧୂପ ପରେ ଶ୍ରୀଜିଉଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ପ୍ରଭୁ ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଝୁଲଣକୁଞ୍ଜକୁ ବିଜେ କରିବେ । ଝୁଲଣ କୁଞ୍ଜରେ ରାସ କରିବେ ମହାପ୍ରଭୁ ।
ଝୁଲଣ ଯାତ୍ରା କେବଳ ଶ୍ରୀମନ୍ଦିରରେ ଦେଖିବାକୁ ମିଳିବ ତାହା ନୁହେଁ ଶ୍ରୀକ୍ଷେତ୍ରର ସମସ୍ତ ମଠବାଡିରେ ଏହି ଯାତ୍ରା ଦେଖିବାକୁ ମିଳିବ । ଏନେଇ ମଠବାଡି ମାନଙ୍କରେ ଝୁଲଣ ଯାତ୍ରାର ମାହୋଲ ସୃଷ୍ଟି ହୋଇଛି ।