ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକା ସମୟରେ ଅର୍ଥ ହିଁ ସବୁକିଛି । ସେଥିପାଇଁ ମନୁଷ୍ୟ ଅତ୍ୟନ୍ତ ପରିଶ୍ରମ କରି ଅର୍ଥ ଉପାର୍ଜନ କରିଥାଏ । ମାତ୍ର କିଛି ବ୍ୟକ୍ତି ଯେତେ ଟଙ୍କା ଉପାର୍ଜନ କଲେ ବି ତାଙ୍କ ପକେଟ୍ ସବୁବେଳେ ଖାଲି ରହିଥାଏ । ଯଦି ଆପଣ ବି ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କିଭଳି ଏହି ସମସ୍ୟାରୁ ଛୁଟ୍ କାରା ପାଇବେ ।
ପ୍ରଥମ ଉପାୟ: ପ୍ରତିଦିନ ଭଗବାନ ଗଣେଶଙ୍କଠାରେ ଦୁବ ଚଢାଇ ପୂଜାର୍ଚ୍ଚନା କରନ୍ତୁ । ଏହାସହିତ ୧୦୮ ଥର ଶ୍ରୀ ଗଣେଶାୟ ନମଃ ମନ୍ତ୍ର ଜପନ୍ତୁ । ଏହି ଉପାୟ କରିବା ଦ୍ୱାରା ଧନହାନି ସମସ୍ୟା ଦୂର ହେବ ଏବଂ ଘରେ ସୁଖ-ସମୃଦ୍ଧି ଲାଗି ରହିବ ।
ଦ୍ୱିତୀୟ ଉପାୟ: ନିୟମିତ ରାତିରେ ଶୋଇବା ବେଳେ ରାତିରେ ମୁଣ୍ଡ ପାଖରେ ଖୀର ଗ୍ଲାସ ରଖି ଶୁଅନ୍ତୁ । ସକାଳୁ ଉଠି ସେହି ଖୀରକୁ କୌଣସି ଅଠା ଜାତୀୟ ଗଛ ମୂଳରେ ଢାଳି ଦିଅନ୍ତୁ । ଏହାଦ୍ୱାରା ଖରାପ ଦୃଷ୍ଟି ପାଇଁ ହେଉଥିବା ଧନହାନି ଦୂର ହେବ ।
ତୃତୀୟ ଉପାୟ ପ୍ରତ୍ୟେକ ଗୁରୁବାର ଶିବଲିଙ୍ଗ ଉପରେ ଖଣ୍ଡ ହଳଦୀ ଚଢାନ୍ତୁ । ଏହା ଏକ ରାମବାଣ ଉପାୟ । ଏହାଦ୍ୱାରା ବହୁତ ଶୀଘ୍ର ସମସ୍ତ ବାଧା ଦୂର ହୋଇଥାଏ । ଏହାସହିତ ଭାଗ୍ୟ ଆପଣଙ୍କ ସାଥ୍ ଦେଇଥାଏ ।
ଚତୁର୍ଥ ଉପାୟ: ସୋମବାର ଦିନ ଶିବଲିଙ୍ଗରେ କଞ୍ଚା ଖୀର ଲାଗି କରନ୍ତୁ । ଏଭଳି କରିବା ଦ୍ୱାରା ଜାତକରେ ଥିବା ସମସ୍ତ ଦୋଷ ଖଣ୍ଡନ ହୋଇଥାଏ ଏବଂ ଧନହାନି ହୁଏ ନାହିଁ ।
ପଞ୍ଚମ ଉପାୟ: ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ । ଏହସହିତ ଓଁ ଶ୍ରୀ ନମଃ ମନ୍ତ୍ର ଜପନ୍ତୁ । ଏହି ଉପାୟ କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇ ଅର୍ଥ ଅଭାବ ସମସ୍ୟା ଦୂର କରିଥାନ୍ତି ।