ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏକାଦଶୀ ବ୍ରତର ଖୁବ୍ ମହତ୍ୱ ରହିଛି । ଏହିଦିନକୁ ଭଗବାନ ବିଷ୍ଣୁଙ୍କ ସମର୍ପିତ କରାଯାଇଛି । ମାସକୁ ଦୁଇଥର ଏକାଦଶୀ ବ୍ରତ ପଡିଥାଏ । ଗୋଟେ ଶୁକ୍ଳ ପକ୍ଷରେ ଆଉ ଏକ କୃଷ୍ଣ ପକ୍ଷରେ । ଚୈତ୍ର ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିକୁ କାମଦା ଏକାଦଶୀ ଭାବେ ପାଳନ କରାଯାଏ । ସେହିପରି ଆସନ୍ତାକାଲି ହେଉଛି କାମଦା ଏକାଦଶୀ ।
ରାମନବମୀ ପରେ ପଡୁଥିବା ଏକାଦଶୀ ଦୁଃଖ ଦରିଦ୍ରତା ଦୂର କରେ ଏବଂ ସମସ୍ତ ମନସ୍କାମନା ପୂରଣ କରେ । ଏକାଦଶୀ ବ୍ରତ ପ୍ରଭାବରେ ଜଣାଅଜଣାରେ ହୋଇଥିବା ପାପ ମଧ୍ୟ କଟି ଯାଏ ।
ଚଳିତବର୍ଷ ଦୁଇ ଦିନ ତଥା ଏପ୍ରିଲ ୧ ଓ ୨ ଏହି ଦୁଇ ଦିନ ପାଳନ କରାଯିବ କାମଦା ଏକାଦଶୀ ।
ଏକାଦଶୀ ତିଥି ଆରମ୍ଭ: ୧ ଏପ୍ରିଲ ୨୦୨୩, ଶନିବାର ୧ ଟା ୫୮ ରୁ
ଏକାଦଶୀ ତିଥି ସମାପ୍ତ : ୨ ଏପ୍ରିଲ ୨୦୨୩,ରବିବାର ୪ଟା ୧୯ ଯାଏଁ ।