ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୀର୍ଘ ସାତ ମାସ ପରେ ଭକ୍ତଙ୍କ ପାଇଁ ଖୋଲିଲା ମା’ କାମାକ୍ଷା ଦେବୀଙ୍କ ମନ୍ଦିର । ଏନେଇ ମନ୍ଦିର ଅଧିକାରୀ ପକ୍ଷରୁ ସୂଚନା ମିଳିଛି । କିନ୍ତୁ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଗର୍ଭଗୃହ ବନ୍ଦ ରହିବ । ଶ୍ରଦ୍ଧାଳୁ କେବଳ ମନ୍ଦିର ପରିକ୍ରମା କରିପାରିବେ ଏବଂ ମୁଖ୍ୟ ଦ୍ୱାର ବାହାରେ ପୂଜା କରି ପାରିବେ । ଏହାସହିତ ସମସ୍ତ ଶ୍ରଦ୍ଧାଳୁଙ୍କୁ କୋଭିଡ ଗାଇଡଲାଇନ ପାଳନ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି ।
କରୋନା ପାଇଁ ମାର୍ଚ୍ଚ ମାସରୁ ମନ୍ଦିର ବନ୍ଦ ରହିଥିଲା । କିନ୍ତୁ ସମସ୍ତ ଗାଇଡଲାଇନ ପାଳନ ପୂର୍ବକ ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ମନ୍ଦିର । ମାତ୍ର ପ୍ରଥମ ଦିନରେ ମନ୍ଦିରରେ କମ ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳିଛି ।
ପ୍ରତ୍ୟେକ ଦିନ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କୁ କେବଳ ୧୫ ମିନିଟ୍ ରହିବାକୁ ମିଳିବ । ସକାଳ ଆଠ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ମନ୍ଦିର ଖୋଳିବ । କିନ୍ତୁ ନବରାତ୍ରି ତଥା ଦୁର୍ଗା ପୂଜା ସମୟରେ ଦର୍ଶନର ସମୟ ପରିବର୍ତ୍ତନ ହେବ ।