ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯୋଡା ଶ୍ରାବଣର ଆଜି ପବିତ୍ର ସୋମବାର । ମଳମାସ ସରିବା ପରେ ଶେଷ ଦୁଇ ସୋମବାର ହେବ ଜଳଲାଗି । ସେହିପରି ଆଜି ଶୈବପୀଠରେ ଜଳଲାଗି କରୁଛନ୍ତି କାଉଡିଆ । ଏନେଇ ଚଳଚଞ୍ଚଳ ଶୈବପୀଠ । ବୋଲବମ୍ ଧ୍ୱନିରେ ପ୍ରକମ୍ପିତ ହେଉଛି ପୀଠ ।
ସୂଚନାଯୋଗ୍ୟ, ଯୋଡ଼ା ଶ୍ରାବଣ ପଡିବାକୁ ମଝିରେ ମଳମାସ ପାଇଁ ଜଳଲାଗି ବନ୍ଦ ରହିଥିଲା । ମଳମାସ ଶେଷ ହେବା ପରେ ଅଗଷ୍ଟ ମାସର ଶେଷକୁ ଦୁଇଟି ସୋମବାର ୨୧ ତାରିଖ ଅର୍ଥାତ ଆଜି ଓ ୨୮ତାରିଖ ଦିନ ଜଳଲାଗିର ବ୍ୟବସ୍ଥା ରହିଥିବା ସଂସ୍କୃତି ଗବେଷକ ମାନେ କହିଥିଲେ ।