ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ତୁଳସୀ ପୂଜାର ବିଶେଷ ମହତ୍ୱ ରହିଛି । ତୁଳସୀ ବୃକ୍ଷକୁ ମାତା ଲକ୍ଷ୍ମୀ ସ୍ୱରୂପ ବୋଲି କୁହାଯାଇଥାଏ । କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ୟ ତୁଳସୀ ପୂଜାର ଖୁବ୍ ମହତ୍ୱ ରହିଛି । କୁହାଯାଏ କି ଏହିଦିନ ତୁଳସୀଙ୍କ ପୂଜା ଏବଂ ତାଙ୍କ ଆରାଧନା କରିବା ଦ୍ୱାରା ସୁଖ ସମୃଦ୍ଧିର ଆଗମନ ହୋଇଥାଏ ଏବଂ ଧନ-ଧାନ୍ୟ ପ୍ରାପ୍ତି ହୋଇଥାଏ ।
କାର୍ତ୍ତିକ ମାସ ସାରା ତୁଳସୀ ପୂଜାର ବିଶେଷ ମହତ୍ୱ ରହିଛି କିନ୍ତୁ କାର୍ତ୍ତିକ ପୂର୍ଣ୍ଣିମାରେ ତୁଳସୀ ପୂଜା ଏବଂ ଜପ କରିବା ଦ୍ୱାରା ମାସକ ଜାକର ପୂଜାର ଫଳ ପ୍ରାପ୍ତି ହୋଇଥାଏ । ଏହିଦିନ ତୁଳସୀ ପୂଜା ସହିତ ତୁଳସୀ ମାଙ୍କ ୧୦୮ ନାମକୁ ଜପ କରିବା ଦ୍ୱାରା ସୁଖ-ସମୃଦ୍ଧି ପ୍ରାପ୍ତି ହୋଇଥାଏ । ଏହାସହିତ ଆରୋଗ୍ୟ ପ୍ରାପ୍ତି ହୋଇଥାଏ ।