ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚଳିତବର୍ଷ କରୱାଚୌଥ ବ୍ରତର ବିଶେଷ ମହତ୍ୱ ରହିଛି । ଅକ୍ଟୋବର ୧୩ରେ ଅନେକ ଯୋଗର ସଂଯୋଗ ରହୁଛି । ଏହାସହିତ ଗ୍ରହମାନଙ୍କ ସ୍ୱତନ୍ତ୍ର ସ୍ଥିତି ରହିଛି । ଯାହାଫଳରେ ଏହିଦିନର ମହତ୍ୱ ଦୁଇ ଗୁଣା ହୋଇଯାଉଛି ।
ଦୀର୍ଘ ୪୬ ବର୍ଷ କରୱାଚୌଥରେ ଦୁର୍ଲଭ ସଂଯୋଗ ରହିଛି । ଯାହାର ପ୍ରଭାବରେ ସଧବାନାରୀମାନଙ୍କୁ ଶୁଭ ଫଳ ପ୍ରାପ୍ତି ହେବ ।
କରୱାଚୌଥରେ ସର୍ବାର୍ଥ ସିଦ୍ଧି, ବୁଦ୍ଧାଦିତ୍ୟ ଏବଂ ମହାଲକ୍ଷ୍ମୀ ଯୋଗ ରହିଛି । ଅକ୍ଟୋବର ୧୩ ଗୁରୁବାର ପଡୁଛି କରୱାଚୌଥ । ଏହିଦିନ ୪୬ ବର୍ଷ ପରେ ଗୁରୁ(ବୃହସ୍ପତି) ଗ୍ରହ ନିଜ ସ୍ୱରାଶି ମୀନରେ ରହିବେ । ୧୯୭୫ ମସିହାରେ ଏଭଳି ସଂଯୋଗ ହୋଇଥିଲା ।
ବୈବାହିକ ଜୀବନରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ଗୁରୁ ଏବଂ ଶୁକ୍ର ଗ୍ରହ । ସେହିପରି କରୱାଚୌଥରେ ବୃହସ୍ପତି ନିଜ ରାଶିରେ ରହିବା ହେତୁ ପତି-ପତ୍ନୀଙ୍କୁ ସୁଖୀ ଦମ୍ପତ୍ୟ ଜୀବନ ଏବଂ ସୌଭାଗ୍ୟ ପ୍ରାପ୍ତି ହେବ ।