ପୁରୀ (ଏଟିଆର ବ୍ୟୁରୋ); ଅଣସର ପିଣ୍ଡିରେ ଦଇତାପତି ସେବାୟତମାନଙ୍କ ଗୁପ୍ତ ସେବା ପରେ ଏବେ ସୁସ୍ଥ ହୋଇଛନ୍ତି ଶ୍ରୀବିଗ୍ରହ । ସେବକବୃନ୍ଦ ପକ୍ଷରୁ ମହାପ୍ରଭୁଙ୍କ ସୁସ୍ଥ ଖବର ଗଜପତି ମହାରାଜାଙ୍କୁ ଦିଆସରିଛି । ଏହାସହିତ ରଥଯାତ୍ରା ପ୍ରସ୍ତୁତି ଆରମ୍ଭ କରିବା ନିମନ୍ତେ ନିବେଦନ କରିଛନ୍ତି ସେବକ । ସେହିପରି ଆଜି ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଘଣାଲାଗି ନୀତି ଅନୁଷ୍ଠିତ ହେବ ।
ଏହାସହିତ ଖଳି ପ୍ରସାଦ ବିଜେ ନୀତି ମଧ୍ୟ କରାଯିବ । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ବଜ୍ର ନିମନ୍ତେ ଶୁଦ୍ଧ ସୁଆର ସେବକଙ୍କ ଘରୁ ଖଳି ପ୍ରସାଦ ବିଜେ କରାଯିବ । ଘନ ଅନ୍ଧକାର ଭିତରେ ସମ୍ପନ୍ନ ହେବ ଶୋଧ କାର୍ଯ୍ୟ ।