ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦେବଙ୍କର ଦେବ ମହାଦେଙ୍କର ପ୍ରିୟ ମାସ ହେଉଛି ଶ୍ରାବଣ ମାସ । ଏହି ମାସରେ ଭଗବାନ ଶିବଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ । ଏହାସହିତ ଶ୍ରାବଣ ମାସରେ ଶୈବପୀଠରେ ଥିବା ଶିବଲିଙ୍ଗରେ ରୁଦ୍ରାଭିଶେକ କରାଯାଇଥାଏ । କିନ୍ତୁ ବହୁତ କମ ଲୋକ ଜାଣିଥିବେ ରୁଦ୍ରାଭିଶେକ ଏବଂ ଜଳାଭିଶେଷକ ର ନିୟମ । ଆସନ୍ତୁ ଜାଣିବା ଏହାର ନିୟମ ବିଷୟରେ….
– କୁହାଯାଏ ଭଗବାନ ଶିବ ଙ୍କଠାରେ ରୁଦ୍ରାଭିଶେକ ବା ଜଳାଭିଶେକ କରିବା ସମୟରେ କଦାପି ତୁଳସୀ ପତ୍ର ବ୍ୟବହାର କରିବା ଉଚିତ୍ ନୁହେଁ ।
– କେବେଳ ଶିବଙ୍କଠାରେ ଜଳାଭିଶେକ କରାଯାଇଥାଏ । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଶିବ ଲିଙ୍ଗ ସମେତ ଗଣେଶ, କାର୍ତ୍ତିକ ଏବଂ ଗୌରୀଙ୍କ ମୂର୍ତ୍ତିରେ ବି ଜଳାଭିଶେକ କରିଥାନ୍ତି । ମାତ୍ର ଏଭଳି କରିବା ଅନୁଚିତ୍ ।
– ମନ୍ଦିର ପୂଜାର୍ଚ୍ଚନା କଲା ବେଳେ କଦାପି ଶିବଲିଙ୍ଗକୁ ସ୍ପର୍ଶ କରିବା କଥା ନୁହେଁ ।
– କୁହାଯାଏ ଉଚ୍ଚିତ ମନ୍ତ୍ର ଉଚ୍ଚାର ସହିତ ଶିବଲିଙ୍ଗରେ ଜଳାଭିଶେଖ କଲେ ଲାଭ ହୋଇଥାଏ ।
– କୁହାଯାଏ ଶିବଙ୍କର ପୂର୍ଣ୍ଣ ପରିକ୍ରମା କରିବା ଉଚିତ୍ ନୁହେଁ ।
– ଦିନ ୧୨ ଟାରୁ ୪ ଟାରୁ ଭିତରେ ଶିବ ମନ୍ଦିରକୁ ଶିବା ଉଚିତ୍ ନୁହେଁ । ଏହାସହିତ ମନ୍ଦିରରେ ଅନ୍ୟ କୌଣସି ପ୍ରକାରର ବାର୍ତ୍ତାଳାପ କରିବା କଥା ନୁହେଁ ।
– ମନ୍ଦିରରୁ ପୂଜା ସାରି ଭଗବାନଙ୍କୁ ପିଠି କରି ବାହାରକୁ ବାହାରିବା ଭୁଲ ଅଟେ ।