ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣମାନେ ସମସ୍ତେ ଜାଣିଥିବେ କି ଶନି ଗ୍ରହ ଏକ ବଡ ଗ୍ରହ । ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଶନିଙ୍କ ଖରାପ ଦୃଷ୍ଟି ପଡେ ତାହାଲେ ସେହି ବ୍ୟକ୍ତିଙ୍କ ଜୀବନରେ ସମସ୍ୟା ଲାଗି ରହିଥାଏ । ବ୍ୟକ୍ତିଙ୍କ ଜାତକରେ ଏହାର ପ୍ରଭାବ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ । ଜନ୍ମ ଜାତକରେ ଶନିଙ୍କ ସ୍ଥାନ ଶୁଭ କି ଅଶୁଭ ରହିବ ତାହା ଜଣାପଡିଥାଏ । ଯଦି ଜାତକରେ ଶନିଙ୍କ ସ୍ଥାନ ଶୁଭ ହୋଇନଥାଏ ତେବେ ଜାତକରେ ଶନି ଦୋଷ ରହିଥାଏ । ଏହାଦ୍ୱାରା ସମସ୍ୟାମାନ ଉପୁଜି ଥାଏ । ଜାତକରେ ୧୨ ଭାବ ରହିଥାଏ । ଏହି ଭାବ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ଜୀବନର ବାଖ୍ୟା କରିଥାଏ । ଏହି ଭାବରେ ଶନି କେଉଁଠି ଶୁଭ ଏବଂ କେଉଁଠି ଅଶୁଭ ତାହା ଜାଣିବା ପାଇଁ ଚେଷ୍ଟା କରିଥାନ୍ତି । ସର୍ବପ୍ରଥମେ ଜାତକର ଚତୁର୍ଥ ଭାଗ ଯାହାକୁ ସୁଖ ଭାବ କୁହାଯାଏ, ସେହି ଭାବରେ ଶନି ବିରାଜମାନ କରିବା ଅଶୁଭ ହୋଇଥାଏ । ଏହାର ଅର୍ଥ ଚତୁର୍ଥ ଭାବରେ ଶନିଙ୍କ ଉପସ୍ଥିତ ଦ୍ୱାରା ବ୍ୟକ୍ତିଙ୍କ ସୁଖରେ ଗ୍ରହଣ ଲାଗି ଯାଇଥାଏ ।
ଏହାସହିତ ରାହୁ ଏବଂ ମଙ୍ଗଳ ସହ ଶନି ରହିବା ଦ୍ୱାରା ବଡ ଦୁର୍ଘଟଣାର ଯୋଗ ହୋଇଥାଏ । ଏଭଳି ସ୍ଥିତିରେ ବ୍ୟକ୍ତିଙ୍କୁ ସମ୍ଭାଳିକି ଗାଡି ଚଲାଇବା ଉଚିତ୍ ଏବଂ ଯାତ୍ରା କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ସେହିପରି ସୂର୍ଯ୍ୟଙ୍କ ସହିତ ଶନିଙ୍କ ସମ୍ବନ୍ଧ ହେବା ଦ୍ୱାରା ଜାତକରେ ଦୋଷ ରହିଥାଏ । ଏହି ଦୋଷ ଯୋଗୁଁ ପିତା ଓ ପୁତ୍ରଙ୍କ ସମ୍ବନ୍ଧ ଖରାପ ହୋଇଥାଏ । ଦୁହିଁଙ୍କ ମଧ୍ୟରେ ମତଭେଦ ଲାଗି ରହିଥାଏ । ପ୍ରକୃତରେ ସୂର୍ଯ୍ୟଦେବଙ୍କ ପୁତ୍ର ହେଉଛନ୍ତି ଶନି ଏବଂ ଦୁହିଁଙ୍କ ମଧ୍ୟରେ ଶତ୍ରୁତାର ଭାବ ରହିଛି ।
ବିଛା ରାଶି ଓ ଚନ୍ଦ୍ରମା ସହ ଶନିଙ୍କ ସମ୍ବନ୍ଧ ରହିବା ଦ୍ୱାରା ଜାତକରେ ବିଷ ଯୋଗ ସୃଷ୍ଟି ହୋଇଥାଏ । ଏହି ଦୋଷ ଯୋଗୁଁ ବ୍ୟକ୍ତି ତାଙ୍କ କର୍ମ କ୍ଷେତ୍ରରେ ଅସଫଳ ହୋଇଥାନ୍ତି । ଏହାସହିତ ଶନି ଯଦି ମେଷ ରାଶିରେ ରହିଥାନ୍ତି ତେବେ ତାହାଦ୍ୱାରା ବି ଜାତକରେ ନକରାତ୍ମକ ଫଳ ପ୍ରାପ୍ତି ହୋଇଥାଏ ।
ସେଥିପାଇଁ ଶନି ଦୋଷରୁ ରକ୍ଷା ପାଇବା ପାଇଁ ଶନିବାର କିଛି ଉପାୟ କରନ୍ତୁ ।
– ପ୍ରତ୍ୟେକ ଶନିବାର ଶନି ଦେବଙ୍କ ଉପବାସ ରଖନ୍ତୁ ।
– ସନ୍ଧ୍ୟାରେ ବରଗଛ ମୂଳେ ଜଳ ଚଢାନ୍ତୁ ଏବଂ ସୋରିଷ ତେଲରେ ଦୀପ ଜାଳନ୍ତୁ ।
– ଶନିଙ୍କ ବୀଜ ମନ୍ତ୍ର ଓଁ ପ୍ରାଂ ପ୍ରିଂ ପ୍ରୌଂ ସଃ ଶନିଶ୍ଚରାୟ ନମଃ କୁ ୧୦୮ ଥର ଜପନ୍ତୁ ।
– କଳା ବା ନୀଳ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ।
– ଭିକାରୀକୁ ଅନ୍ନ-ବସ୍ତ୍ର ଦାନ କରନ୍ତୁ ।