ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାଇ-ଭଉଣୀଙ୍କ ପ୍ରେମ ଓ ସ୍ନେହର ପର୍ବ ହେଉଛି ରାକ୍ଷୀ । ଏହି ଦିନ ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧି ତାର ଦୀର୍ଘାୟୁ ଏବଂ ଖୁସୀ କାମନା କରିଥାଏ । ସେହିପରି ଭାଇ ମଧ୍ୟ ଭଉଣୀକୁ ପ୍ରତ୍ୟେକ ସଙ୍କଟରୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । କିନ୍ତୁ ରକ୍ଷାବନ୍ଧନ ରେ ରାକ୍ଷୀ ବାନ୍ଧିବା ପାଇଁ ଶୁଭ ମୁହୂର୍ତ୍ତ ସହିତ କୋଣ ବା ଦିଗ ପ୍ରତି ମଧ୍ୟ ଧ୍ୟାନ ଦିଆଯାଏ । ବାସ୍ତବରେ ରାକ୍ଷୀ ବାନ୍ଧିବା ସମୟରେ କେଉଁ ଦିଗ ଆଡକୁ ଭାଇ-ଉଭଣୀଙ୍କ ମୁହଁ ହେବା ଉଚିତ୍ ।
ରାକ୍ଷୀ ବାନ୍ଧିବା ସମୟରେ ଭାଇର ମୁହଁ ପୂର୍ବ କିମ୍ବା ଉତ୍ତର ଆଡକୁ ହେବା ଉଚିତ୍ ସେହିପରି ଭଉଣୀର ମୁହଁ ପଶ୍ଚିମ ଓ ଦକ୍ଷୀଣ ଆଡକୁ ରହିବା ଉଚିତ୍ ।ରକ୍ଷାବନ୍ଧନରେ ଭାଇ ମଥାରେ ଚନ୍ଦନ, ସିନ୍ଦୁର, ଅରୁଆଚାଉଳ ଲଗାଇବା ପରେ ଘିଅ ଦୀପ ବୁଲାଇ ରାକ୍ଷୀ ବାନ୍ଧନ୍ତୁ ।