ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚାଲିଛି ଶାରଦୀୟ ନବରାତ୍ରୀ । ଆଜି ନବରାତ୍ରୀର ୫ମ ଦିନ । ଏହିଦିନ ମା ଦୁର୍ଗାଙ୍କ ୫ମ ସ୍ୱରୂପ ମା ସ୍କନ୍ଦମାତାଙ୍କୁ ପୂଜା କରିବାର ବିଧି ରହିଛି । କୁହାଯାଏ କି ଭକ୍ତଙ୍କ ସମସ୍ତ ମନସ୍କାମନା ପୁରଣ କରିଥାନ୍ତି ମା ସ୍କନ୍ଦମାତା । ତାଙ୍କୁ ପୂଜା କରିବା ଦ୍ୱାରା ଭକ୍ତଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ । ତେବେ ଆସନ୍ତୁ ଜାଣିବା ମାଙ୍କ ପୂଜା ବିଧି..
ମା ସ୍କନ୍ଦମାତାଙ୍କର ଚାରୋଟି ଭୂଜ ରହିଛି । ଦୁଇଟି ହସ୍ତରେ ପଦ୍ମ ଏବଂ ଆଉ କୋଳରେ ଭଗବାନ ସ୍କନ୍ଦ ବାଳୁତ ରୂପରେ ବିରାଜିତ । ସିଂହ ହେଉଛି ମାଙ୍କର ବାହାନ ।
ସକାଳୁ ଉଠି ସ୍ନାନ ସାରି ସ୍ୱଚ୍ଛ ବସ୍ତ୍ର ଧାରଣ କରିବା ପରେ ପୂଜା ସ୍ଥାନରେ ଚୌକି ଉପରେ ସ୍କନ୍ଦମାତାଙ୍କ ଫଟୋ ବା ପ୍ରତିମା ସ୍ଥାପନା କରନ୍ତୁ । ଏହାପରେ ଗଙ୍ଗାଜଳରେ ଶୁଦ୍ଧିକରଣ କରନ୍ତୁ ଏହାସହିତ ଗୋଟେ କଳସରେ ପାଣି ନେଇ ସେଥିରେ ଏକ କଏନ ପକେଇ ଦିଅନ୍ତୁ । ପୂଜାପାଇଁ ସଂକଳ୍ପ ହେବା ପରେ ସ୍କନ୍ଦମାତାଙ୍କୁ ସିନ୍ଦୁର ଲଗାନ୍ଦୁ ନୈବେଦ୍ୟ ଅର୍ପଣ କରନ୍ତୁ । ଏହାପରେ ମାଙ୍କର ଆରତୀ କରିବା ପରେ ସମସ୍ତ ପ୍ରସାଦ ବାଣ୍ଟନ୍ତୁ ।