ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶ୍ରାବଣ ମାସରେ ଶିବଲିଙ୍ଗ ପୂଜା ଫଳଦାୟୀ ହୋଇଥାଏ । କାରଣ ଏହି ମାସରେ ଭଗବାନ ଶିବ ଖୁବ୍ ପ୍ରସନ୍ନ ଥାନ୍ତି । ଶିବଙ୍କ ଅର୍ଥ କଲ୍ୟାଣ ଓ ଆନନ୍ଦ । ଶ୍ରାବଣ ମାସରେ ପ୍ରତ୍ୟେକ ଦିନ ଶୁଭ ହୋଇଥାଏ କିନ୍ତୁ ସୋମବାର ଅତ୍ୟନ୍ତ ଶୁଭ ହୋଇଥାଏ । ଶାସ୍ତ୍ରରେ ଭୋଳାନାଥଙ୍କୁ ଆରାଧନା କରିବାର କିଛି ନିୟମ ରହିଛି । ସଠିକ୍ ବିଧି ସହିତ ସଠିକ୍ ଦିଗରେ ବସି ଶିବ ପୂଜା କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ । ଶିବଲିଙ୍ଗରେ ଶିବ ଏବଂ ଶକ୍ତି ଉଭୟ ବିଦ୍ୟମାନ । ସେଥିପାଇଁ ଯେଉଁଠି ଶିବଲିଙ୍ଗ ଥାଏ ସେଠି ଶକ୍ତି ପ୍ରଭାବ ଅଧିକ ରହିଥାଏ ।
– ଅଗଷ୍ଟ ୧ ରେ ଶ୍ରାବଣ ମାସର ତୃତୀୟ ସୋମବାର । ଶାସ୍ତ୍ର ଅନୁସାରେ ଯଦି ଆପଣ ସକାଳ ସମୟରେ ଶିବଲିଙ୍ଗ ଅଭିଶେକ କରିବେ ତେବେ ପୂର୍ବ ଆଡକୁ ମୁହଁ କରି ଶିବଙ୍କୁ ଉପାସନା କରନ୍ତୁ ।
– କିଛି ଜଣ ସନ୍ଧ୍ୟା ସମୟରେ ମଧ୍ୟ ଶିବଲିଙ୍ଗ ପୂଜା କରନ୍ତି । ଏହି ସମୟରେ ପଶ୍ଚିମ ଦିଗ ଆଡକୁ ମୁହଁ କରି ଶିବଙ୍କୁ ଉପାସନା କରନ୍ତୁ ।
– ବିଶେଷ ମନସ୍କାମନା ପାଇଁ ରାତ୍ରି ସମୟରେ ମଧ୍ୟ ଶିବଙ୍କ ଆରାଧନା କରାଯାଏ । ଏହି ସମୟରେ ଉତ୍ତର ଦିଗ ଆଡକୁ ମୁହଁ କରି ଉପାସନା କରିବା ଶୁଭ ହୋଇଥାଏ ।
– ଭଗବାନ ଶିବଙ୍କ ବାମ ଅଙ୍ଗରେ ଦେବୀ ଗୌରି ବିଦ୍ୟମାନ ସେଥିପାଇଁ ଧ୍ୟାନ ରଖିଥିବେ କି ଉତ୍ତର କୋଣରେ ବସିକି ଶିବଙ୍କ ପୂଜା କରିବା ଉଚିତ୍ ନୁହେଁ ।
– ଦକ୍ଷୀଣ କୋଣରେ ବସି ଶିବଲିଙ୍ଗ ପୂଜା କରିବା ଦ୍ୱାରା ମନବାଂଛିତ ଫଳ ପ୍ରାପ୍ତି ହୋଇଥାଏ ।
– ଶାସ୍ତ୍ରଅନୁସାରେ କଦାପି ଛିଡା ହୋଇ ଶିବଲିଙ୍ଗରେ ଜଳ ଅର୍ପଣ କରିବା ଉଚିତ୍ ନୁହେଁ । ସର୍ବଦା ବସିକି ଜଳ ଅର୍ପଣ କରିବା ଉଚିତ୍ ।