ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚାଲିଛି ଶାରଦୀୟ ନବରାତ୍ରୀ । ଆଜି ନବରାତ୍ରୀର ୫ମ ଦିନ । ଏହି ଅବସରରେ ମା ଦୁର୍ଗାଙ୍କ ୫ମ ସ୍ୱରୂପ ମା ସ୍କନ୍ଦମାତା ପୂଜା ପାଉଛନ୍ତି । କୁହାଯାଏ କି ଭକ୍ତଙ୍କ ସମସ୍ତ ମନସ୍କାମନା ପୁରଣ କରିଥାନ୍ତି ମା ସ୍କନ୍ଦମାତା । ତାଙ୍କୁ ପୂଜା କରିବା ଦ୍ୱାରା ଭକ୍ତଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ ।
ସ୍କନ୍ଦମାତାଙ୍କ କଥା:
ପୌରାଣିକ ମାନ୍ୟତାନୁସାରେ ତାରକାସୁର ନାମକ ଜଣେ ରାକ୍ଷସ ଥିଲା । ଯାହାର ମୃତ୍ୟୁ କେବଳ ଶିବ ପୁତ୍ରଙ୍କ ଦ୍ୱାରା ହିଁ ସମ୍ଭବ ଥିଲା । ସେହିସମୟରେ ମାତା ପାର୍ବତୀ ତାଙ୍କ ପୁତ୍ର ଭଗବାନ ସ୍କନ୍ଦଙ୍କୁ ଯୁଦ୍ଧ ପାଇଁ ପ୍ରଶିକ୍ଷିତ କରିବା ଲାଗି ସ୍କନ୍ଦମାତା ରୂପ ଧାରଣ କଲେ । ଏହାପରେ ପୁତ୍ରକୁ ପ୍ରଶିକ୍ଷିତ କଲେ । କୁହାଯାଏ କି ସ୍କନ୍ଦମାତାଙ୍କଠୁ ଯୁଦ୍ଧ ପ୍ରଶିକ୍ଷଣ ନେବା ପରେ ତାରକାସୁରକୁ ବଧ କରିଥିଲେ ଭଗବାନ ସ୍କନ୍ଦ ।