ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହିନ୍ଦୁ ପୁରାଣ ମୁତାବକ କାର୍ତ୍ତିକ ମାସର ଖୁବ୍ ମହତ୍ୱ ରହିଛି । ହିନ୍ଦୁ କ୍ୟାଲଣ୍ଡରର ଅଷ୍ଟମ ମାସ ହେଉଛି କାର୍ତ୍ତିକ । ଚଳିତ ବର୍ଷ ଅକ୍ଟୋବର ୨୧ ରୁ ଆରମ୍ଭ ହେବାକୁ ଯାଉଛି କାର୍ତ୍ତିକ ମାସ । ଏହି ପବିତ୍ର ମାସ ନଭେମ୍ବର ୧୯ ପର୍ଯ୍ୟନ୍ତ ଚାଲିବ ।
ସ୍କନ୍ଦ ପୁରାଣରେ କାର୍ତ୍ତିକ ମାସର ମହତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି । ସେହିଅନୁଯାୟୀ କାର୍ତ୍ତିକ ମାସ ସହ ଅନ୍ୟ କୌଣସି ମାସ ସମାନ ହେବନି । ସ୍କନ୍ଦ ପୁରାଣରେ ଆହୁରୀ ମଧ୍ୟ କୁହାଯାଇଛି କି ବେଦ ସମାନର କୌଣସି ଶାସ୍ତ୍ର ନାହିଁ ଏବଂ ଗଙ୍ଗା ସମାନର କୌଣସି ତୀର୍ଥ ନାହିଁ । କାର୍ତ୍ତିକ ମାସକୁ ଲକ୍ଷ୍ମୀ ଏବଂ ମୁକ୍ତି ପ୍ରାପ୍ତ କରୁଥିବା ମାସ ବୋଲି କୁହାଯାଇଥାଏ । ଏହି ମାସରେ ପୂଜା-ପାଠର ବିଶେଷ ମହତ୍ୱ ରହିଛି ।
ମାନ୍ୟତାନୁସାରେ କାର୍ତ୍ତିକ ମାସରେ କୌଣସି ପବିତ୍ର ନଦୀରେ ବ୍ରହ୍ମମୁହୂର୍ତ୍ତରେ ସ୍ନାନ କରିବା ଫଳଦାୟୀ ହୋଇଥାଏ । ଏହି ସ୍ନାନର ମଧ୍ୟ ବିଶେଷ ମହତ୍ୱ ରହିଛି । ଏହି ପୂଣ୍ୟମାସରେ ମହିଳାମାନେ ସକାଳୁ ଉଠି ସ୍ନାନ କରିଥାନ୍ତି ।
ସେହିପରି କାର୍ତ୍ତିକ ମାସରେ କିଛି ଜିନିଷ ଦାନ କରିବାର ବିଶେଷ ମୁହତ୍ୱ ରହିଛି । କୁହାଯାଏ କି ମାସ ସାରା କୌଣସି ବ୍ରାହ୍ମଣ ବା ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ପୂଣ୍ୟ ଫଳ ପ୍ରାପ୍ତ ହୋଇଥାଏ । ଏହି ମାସରେ ତୁଳସୀ ଦାନ, ଅନ୍ନ ଦାନ, ଗାଇ ଦାନ ଏବଂ ଅଂଳା ଗଛ ଦାନ କରିବାର ବିଶେଷ ମହତ୍ୱ ରହିଛି ।