ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭଗବାନ କୃଷ୍ଣଙ୍କ ଅନନ୍ତ ରୂପ ରହିଛି । ଯାହା କୃଷ୍ଣ ପ୍ରେମୀଙ୍କ ମନ ମୋହିଥାଏ । ସେ ଲହୁଣୀ ଚୋର, ସେ ଲଡ୍ଡୁ ଗୋପାଳ, ସେ ଗୋବିନ୍ଦ, ସେ ପାର୍ଥ ସାରଥୀ ଏବଂ ଦ୍ୱାରିକାଧୀଶ । କୃଷ୍ଣଙ୍କର ଏହି ରୂପ କେବଳ ପ୍ରେମରେ ଭକ୍ତଙ୍କୁ ବାନେ୍ଧ ତାହା ନୁହେଁ ବରଂ ପରିସ୍ଥିତି ଅନୁରୂପ ଶିକ୍ଷା ଏବଂ ମାର୍ଗ ଦର୍ଶନ କରିବାର କାର୍ଯ୍ୟ କରିଥାଏ । ଭଗବାନ କୃଷ୍ଣଙ୍କ ଭିନ୍ନ ଭିନ୍ନ ରୁପ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଆଣିଥାଏ । ତେବେ ଆସନ୍ତୁ ଜାଣିବା ଜନ୍ମାଷ୍ଟମୀରେ କୃଷ୍ଣଙ୍କର କେଉଁ ମୂର୍ତ୍ତି ଏବଂ ଫଟୋ ଘରକୁ ଆଣିବା ଦ୍ୱାରା ସମସ୍ତ ମନସ୍କାମନା ପୁରଣ ହୋଇଥାଏ ।
ଲଡ୍ଡୁ ଗୋପାଳ ବା ବାଲ୍ ଗୋପାଳ: ଜନ୍ମାଷ୍ଟମୀ ଭଗବାନ କୃଷ୍ଣଙ୍କ ଲଡ୍ଡୁ ଗୋପାଳ ବା ବାଲ୍ ଗୋପାଲ ରୂପକୁ ପୂଜା କରାଯାଇଥାଏ । ଏହାସହିତ ମାନ୍ୟତା ରହିଛି କି ସନ୍ତାନ ପ୍ରାପ୍ତି ପାଇଁ ଲଡ୍ଡୁ ଗୋପାଳ ରୂପର ମୂର୍ତ୍ତି ବା ଫଟୋ ପୂଜିବା ଉଚିତ୍ ।
ଲହୁଣ ଚୋର କୃଷ୍ଣ: ଭଗବାନ କୃଷ୍ଣଙ୍କ ଲହୁଣୀ ଚୋର ରୂପ ସମସ୍ତଙ୍କ ମନ ମୋହିଥାଏ । ଭଗବାନଙ୍କର ଏହି ରୂପର ମୂର୍ତ୍ତି ବା ଫଟୋ ଘରକୁ ଆଣିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ଏବଂ ଆନନ୍ଦର ପରିବେଶ ସୃଷ୍ଟି ହେବା ସହିତ ସଫଳତା ମିଳିଥାଏ ।
ମୁରଲୀଧର କୃଷ୍ଣ: ଭଗବାନ କୃଷ୍ଣଙ୍କ ମୂରଲୀଧର ରୂପ ଘରେ ସୁଖ, ସୌଭାଗ୍ୟର ଆଗମନ ହୋଇଥାଏ । ଜନ୍ମାଷ୍ଟମୀ ଦିନ ଭଗବାନ କୃଷ୍ଣଙ୍କୁ ଚାନ୍ଦୀର ବଇଁସୀ ଚଢାଇବା ଦ୍ୱାରା ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଥାଏ ।
ରାଧା-କୃଷ୍ଣ ଫଟୋ: ଭଗବାନ କୃଷ୍ଣ ଏବଂ ରାଧା ଅନନ୍ଦ ପ୍ରେମର ପ୍ରତୀକ । ଯଦି କାହାରି ବୈବାହିକ ଜୀବନରେ ସମସ୍ୟା ଉପୁଜୁଥାଏ ତେବେ ଶୋଇବା ଘରେ ରାଧା କୃଷ୍ଣଙ୍କ ସଂଯୁକ୍ତ ଫଟୋ ଲଗାଇବା ଉଚିତ୍ ।
ପାର୍ଥସାରଥୀ; ମହାଭାରତ ଯୁଦ୍ଧରେ ଯେଉଁଭଳି ଭାବେ ଭଗବାନ କୃଷ୍ଣ ପାର୍ଥ ଅର୍ଥାତ ଅର୍ଜୁନଙ୍କ ରଥର ସାରଥୀ ହୋଇ ଅର୍ଜୁନଙ୍କୁ ସମସ୍ତ ସମସ୍ୟାରୁ ବାହାର କରୁଥିଲେ । ସେହିଭଳି ଭାବେ ଆପଣ ମଧ୍ୟ ଘର ଭଗବାନଙ୍କ ପାର୍ଥ ସାରଥୀ ରୂପ ଫଟୋ ଲଗାଇ ସମସ୍ତ ସମସ୍ୟାକୁ ଦୂର କରି ପାରିବେ ।