ଭୁବନେଶ୍ୱର (ବ୍ୟୁରୋ): ଆଜି ପବିତ୍ର ଜନ୍ମାଷ୍ଟମୀ, ଧରା ପୃଷ୍ଠରେ ଅବତରଣ କରିବେ ପ୍ରଭୁ ଶ୍ରୀକୃଷ୍ଣ । ହରିବୋଲ ହୁଳହୁଳିରେ ପ୍ରକମ୍ଫିତ ହେବ ପୁରା ଅଞ୍ଚଳ । ଖାସ ଏଥିପାଇଁ ବିଭିନ୍ନ ମଠ ମନ୍ଦିରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଖାସ କରି ଶ୍ରଦ୍ଧାଳୁଙ୍କର ଯେପରି କୌଣସି ସମସ୍ୟା ନଉପୁଜେ ସେଥିପାଇଁ ବିଶେଷ ଧ୍ୟାନ ଦିଆଯାଇଛି ।
ଏଥର ଅଷ୍ଟମୀ ଦୁଇଦିନ ପଡୁଥିବାରୁ ଲୋକଙ୍କ ଭିତରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଏ ଦୃଶ୍ୟ ହେଉଛି ଭୁବନେଶ୍ୱର ରାମମନ୍ଦିରର । ଜନ୍ମାଷ୍ଟମୀ ଲାଗି ଏବେଠୁ ଏଠି ଭକ୍ତଙ୍କ ଗହଳି ଲାଗିଲାଣି । ଶୁଣନ୍ତୁ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ନେଇ କଣ କହୁଛନ୍ତି ଜଣେ ଭକ୍ତ । ସେପଟେ ଚଳିତ ବର୍ଷ ଦୁଇ ଦିନ ଧରି ପାଳନ କରାଯିବ ଜନ୍ମାଷ୍ଟମୀ ।
ଶୁକ୍ରବାର ସକାଳ ୮ ଟା ୧୨ ମିନିଟରୁ ଶନିବାର ସକାଳ ୮ ଟା ୩୫ ମିନିଟ ପର୍ଯ୍ୟନ୍ତ ଅଷ୍ଟମୀ ତିଥି ରହିଥିବାରୁ ୨ ଦିନ ଧରି ଜନ୍ମାଷ୍ଟମୀ ନୀତି ପାଳନ କରାଯିବ ବୋଲି ଜଣା ପଡିଛି । ସେହିପରି ଇସ୍କନ ମନ୍ଦିରରେ ମଧ୍ୟ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଛି । ଆଜି ଭୋରୁ ଭୋରୁ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଖୋଲା ଯାଇଥିବା ବେଳେ ସକାଳୁ ମଙ୍ଗଳ ଆଳତି ପରେ ଦିନ ଗୋଟାଏ ଯାଏଁ ଭକ୍ତଙ୍କ ପାଇଁ ମନ୍ଦିର ଖୋଲା ଥିଲା । ପରେ ଅପରାହ୍ନ ୪ ଟାରୁ ଭଜନ କିର୍ତ୍ତନ ହୋମ ଯଜ୍ଞ ଆରମ୍ଭ ହୋଇଥିଲା । ଆଜି ରାତି ୧୨ ଟାରେ ଶ୍ରୀକୃଷ୍ଣଙ୍କ ଜନ୍ମ ଆଳତୀ କରାଯିବ । ଠିକ ସେହିପରି ଇସ୍କନ ମନ୍ଦିରରେ ବି ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।