ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରକ୍ଷା ବନ୍ଧନ ପରେ ସାରା ଦେଶରେ ଖୁବ୍ ଧୁମ୍ ଧାମରେ ପାଳିତ ହୁଏ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । ଏହାକୁ ନେଇ ଏବେ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୁଏ କୃଷ୍ଣ ଜନ୍ମାଷ୍ଟମୀ । ଚଳିତବର୍ଷ ଅଗଷ୍ଟ ୩୦ ସୋମାବାର ଦିନ ପଡୁଛି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । ହିନ୍ଦୁ ପଞ୍ଚାଙ୍ଗନୁସାରେ ୨୯ ଅଗଷ୍ଠ ରାତି ୧୧ ଟା ୨୫ ରୁ ଆରମ୍ଭ ଅଷ୍ଟମୀ ତିଥି । ଯାହା ୩୦ ଅଗଷ୍ଟ ରାତି ୧ ଟା ୫୯ ଯାଏଁ ରହିଛି । ସେଥିପାଇଁ ଅଗଷ୍ଟ ୩୦ ପାଳନ କରାଯିବ ଜନ୍ମାଷ୍ଟମୀ ।
ପୂଜନର ଶୁଭ ମୁହୂର୍ତ୍ତ: ୩୦ ଅଗଷ୍ଟ ରାତି ୧୧ ଟା ୫୯ ରୁ ୧୨ ଟା ୪୪ ମିନିଟ୍ ପର୍ଯ୍ୟ ଶୁଭ ମୁହୁର୍ତ୍ତ ରହିବ । ୩୧ ଅଗଷ୍ଟ ସକାଳ ୯ ଟା ୪୪ ପର୍ଯ୍ୟନ୍ତ ରୋହିଣୀ ନକ୍ଷତ୍ର ରହିବ ।
ଅଷ୍ଟମୀ ତିଥି ଆରମ୍ଭ: ୨୯ ଅଗଷ୍ଟ ରବିବାର ରାତି ୧୧ ଟା ୨୫ ମିନିଟ୍ ରୁ
ଅଷ୍ଟମୀ ତିଥି ସମାପ୍ତ: ୩୦ ଅଗଷ୍ଟ ସୋମବାର ବିଳମ୍ବିତ ରାତି ୧ ଟା ୫୯ ମିନିଟ ।