ଏଟିଆର ବ୍ୟୁରୋ: ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୁଏ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । ଚଳିତବର୍ଷ ୬ ସେପ୍ଟମ୍ବରରେ ପାଳିତ ହେବ ଜନ୍ମାଷ୍ଟମୀ ଉତ୍ସବ ।
ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ର ମଧ୍ୟ ରାତ୍ରୀରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ହୋଇଥିଲା । ସେଥିପାଇଁ ଜନ୍ମାଷ୍ଟମୀ ଦିନ ରୋହିଣୀ ନକ୍ଷତ୍ରରେ ମଧ୍ୟ ରାତ୍ରୀରେ ଭଗବାନ ଶ୍ରୀକୃଷ୍ଣଙ୍କ ଉପାସନାର ବିଧି ରହିଛି । ଏହି ନକ୍ଷତ୍ର ଅଧାରରେ ଜନ୍ମାଷ୍ଟମୀ ବ୍ରତ ରଖାଯାଇଥାଏ ।
୬ ସେପ୍ଟମ୍ବର ଦ୍ୱିପ୍ରହର ୩ଟା ୩୭ ମିନିଟ୍ ରେ ଅଷ୍ଟମୀ ତିଥି ଆରମ୍ଭ ହୋଇ ୭ ସେପ୍ଟମ୍ବର ଅପରାହ୍ନ ୪ ଟା ୧୪ ମିନିଟ୍ ଯାଏଁ ରହିବ । ସେହିପରି ଏହି ଦିନ ରୋହିଣୀ ନକ୍ଷତ୍ର ୬ ସେପ୍ଟମ୍ବର ସକାଳ ୯ ଟା ୨୦ ରୁ ଆରମ୍ଭ ହୋଇ ୭ ସେପ୍ଟମ୍ବର ସକାଳ ୧୦ ଟା ୨୫ ଯାଏଁ ରହିବ । ଯେଉଁମାନେ ରୋହିଣୀ ନକ୍ଷତ୍ରରେ ପୂଜାପାଠ କରିବେ ସେମାନେ କୃଷ୍ଣ ଜନ୍ମାଷ୍ଟମୀ ବ୍ରତ ୬ ସେପ୍ଟମ୍ବର ବୁଧବାର ଦିନ ରଖିବେ । ସେହିପରି ବୈଷ୍ଣବ ସମ୍ପ୍ରଦାୟ ଅନୁଯାୟୀ ୭ ସେପ୍ଟମ୍ବର ଗୁରୁବାର ଜନ୍ମାଷ୍ଟମୀ ବ୍ରତ ରଖିବେ ।