ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଛଟ୍ ପୂଜାର ଅନ୍ତିମ ଦିନ । ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି ଶ୍ରଦ୍ଧାଳୁ । ଏହାପରେ ଶେଷ ହେବ ଛଟ୍ ପୂଜା । ବିଭିନ୍ନ ସ୍ଥାନରେ କୋଭିଡ କଟକଣା ଭିତରେ ପାଳିତ ହୋଇଛି ଛଟ୍ ପୂଜା ।
ଗତକାଲି ଅସ୍ତଗାମୀ ସୂର୍ଯଙ୍କୁ ଜଳ ଅର୍ପଣ କରିଥିଲେ ଶ୍ରଦ୍ଧାଳୁ । ଆଜି ଅନ୍ତିମ ଦିନରେ ଉଦିତ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିଛନ୍ତି । ଛଟ୍ ମା ହେଉଛନ୍ତି ସୂର୍ଯ୍ୟଦେବଙ୍କ ଭଉଣୀ । ପରିବାରର ମଙ୍ଗଳ ପାଇଁ ଛଟ୍ ମାଙ୍କୁ ପୂଜା କରିବାର ବିଧି ରହିଛି ।