ପୁରୀ (ଏଟିଆର ବ୍ୟୁରୋ): ଆଜିଠୁ ଶ୍ରୀକ୍ଷେତ୍ରରେ ଆରମ୍ଭ ପଞ୍ଚୁକ ବ୍ରତ । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହୋଇଛି । କିନ୍ତୁ ପଞ୍ଚୁକର ପ୍ରଥମ ଦିନ ଭିଡକୁ ଦୃଷ୍ଟିରେ ରଖି ସର୍ବ ସାଧାରଣ ଦର୍ଶନ ବନ୍ଦ ରହିଛି । ଶ୍ରୀଜିଉଙ୍କର ଏହି ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ । ଭକ୍ତମାନେ ସିଂହଦ୍ୱାର ସମ୍ମୁଖରେ ପତିତପାବନଙ୍କ ଦର୍ଶନ କରିଛନ୍ତି । ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ସେହିପରି ପଞ୍ଚୁକର ଦ୍ୱିତୀୟ ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାଙ୍କଚୂଡ ବେଶ ଅନୁଷ୍ଠିତ ହେବ । ଏହି ବେଶ ଦର୍ଶନ କରିବାରେ ସୁଯୋଗ ପାଇ ପାରିବେ ଭକ୍ତ ।