ପୁରୀ (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ପଞ୍ଚୁକ । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବିଭିନ୍ନ ବେଶ ଅନୁଷ୍ଠିତ ହୋଇଥାଏ । ସେହିଅନୁଯାୟୀ ପଞ୍ଚୁକର ପ୍ରଥମ ଦିନରେ ତଥା କାର୍ତ୍ତିକ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥାଏ ।
ଅବକାଶ ନୀତି ଶେଷ ହେବା ପରେ ମହାପ୍ରଭୁଙ୍କ ଏହି ନୀତି ଅନୁଷ୍ଠିତ ହୋଇଥାଏ । ଏହି ବେଶରେ ମହାପ୍ରଭୁଙ୍କୁ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରମାନ ଲଗାଯାଇଥାଏ । ମହାପ୍ରଭୁଙ୍କ ଏହି ବେଶରେ ଲାଗି ହେଉଥିବା ସ୍ୱର୍ଣ୍ଣ ଅଳଙ୍କାର ମାନ ହେଉଛି- ତ୍ରିସାଖା, ସୂର୍ଯ୍ୟଚନ୍ଦ୍ର, ତିଳକ, ତଗଦୀ, କର୍ଣ୍ଣ କୁଣ୍ଡଳ, ସ୍ୱର୍ଣ୍ଣ ଶ୍ରୀଭୂଜ,ହଳ, ମୂଷଳ, ଶଙ୍ଖ, ଚକ୍ର, ଅଳକା କଦମ୍ବ ମାଳି, ହରିଡା ମାଳି, ବାହାଡା ମାଳି, ତାବିଜ ମାଳି, ବାଘ ନଖି ମାଳି, ସେବତି ମାଳି, ଓଡିଆଶୀ, ଟୋପର ଏବଂ ସ୍ୱର୍ଣ୍ଣ କିଆ ।
ସମସ୍ତ ସ୍ୱର୍ଣ୍ଣ ଅଳଙ୍କାର ଗୁଡିକୁ ପୁଷ୍ପାଳକ ସେବାୟତ ପୁଷ୍ପମାଲ୍ୟ, ପାଟ ବସ୍ତ୍ର ଦେଇ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ କରିଥାନ୍ତି ।