ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦୀର୍ଘ ୫ ମାସ ପରେ ସର୍ବସାଧାରଣଙ୍କ ପାଇଁ ଆଜିଠୁ ଖୋଲିଲା ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି ଶ୍ରଦ୍ଧାଳୁ । କିନ୍ତୁ ମନ୍ଦିର ଭିତରକୁ ପ୍ରବେଶ କରିବା ସମୟରେ ବିଏମସି ଦ୍ୱାରା ଜାରି କରାଯାଇଥିବା ସମସ୍ତ ଗାଇଡଲାଇନ ପାଳନ କରିବା ବାଧ୍ୟତାମୂଳକ । ଯେଉଁମାନେ ଦୁଇଟି ଡୋଜ ଟୀକା ନେଇଛନ୍ତି ସେମାନଙ୍କୁ ମନ୍ଦିର ଭିତରକୁ ଯିବା ପାଇଁ ଅନୁମତି ରହିଛି । ମାତ୍ର ଗର୍ଭଗୃହ ଦର୍ଶନ ବାରଣ କରାଯାଇଛି ।
ଗୋଟେ ଥରରେ ମନ୍ଦିର ଭିତରକୁ ୧୦୦ ଜଣ ଭକ୍ତଙ୍କ ପ୍ରବେଶ ପାଇଁ ଅନୁମତି ରହିଛି । କିନ୍ତୁ କୌଣସି ଭକ୍ତଙ୍କଠାରୁ ଭୋଗ ଗ୍ରହଣ କରି ପାରିବେ ନାହିଁ ସେବାୟତ । ସେହିପରି ବୟସ୍କ, ଗର୍ଭବତୀ ମହିଳା, ରୋଗାକାନ୍ତ ବ୍ୟକ୍ତି ଏବଂ ୧୮ ବର୍ଷରୁ କମ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ନାହିଁ ।