ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗ୍ରହମାନଙ୍କ ମଧ୍ୟରେ ଗୁରୁ ଗ୍ରହ ସବୁଠାରୁ ଶକ୍ତିଶାଳୀ । ଯଦି ଜାତକରେ ଗୁରୁଙ୍କ ସ୍ଥିତି ଭଲ ଅଛି ତେବେ ସେହି ବ୍ୟକ୍ତିଙ୍କୁ ପ୍ରଗତି ଏବଂ ସମ୍ମାନ ମିଳିଥାଏ । ଏହାସହିତ ପ୍ରତ୍ୟେକ କ୍ଷେତ୍ରରେ ସେମାନେ ସଫଳତା ହାସଲ କରିଥାନ୍ତି । ଗୁରୁ ମାନେ ବୃହଷ୍ପତି ହେଉଛନ୍ତି ଦେବତାମାନଙ୍କର ଗୁରୁ । ସେ ବୈବାହିକ ଜୀବନ ଏବଂ ଭାଗ୍ୟର କାରକ ହୋଇଥାନ୍ତି । ଏହି ଗୁରୁ ଗ୍ରହ ସ୍ୱାସ୍ଥ୍ୟ ସମସ୍ୟାକୁ ବଢାଇ ଥାନ୍ତି ସତ କିନ୍ତୁ ଏହା ନିବାରଣ ମଧ୍ୟ କରିଥାନ୍ତି । ଗୁରୁଦୋଷକୁ କମ କରିବାକୁ ହେଲେ ଗୁରୁବାର ବ୍ରତ ରଖି ହଳଦିଆ ବସ୍ତ୍ର ଧାରଣ କରନ୍ତୁ ଏବଂ ବିନା ଲୁଣର ଭୋଜନ ଗ୍ରହଣ କରନ୍ତୁ । ଖାଦ୍ୟରେ ହଳଦିଆ ରଙ୍ଗର ଜିନିଷ ବ୍ୟବହାର କରନ୍ତୁ ।
ବୃହଷ୍ପତିଙ୍କ ପ୍ରତିମାକୁ ହଳଦିଆ ରଙ୍ଗର ବସ୍ତ୍ର ଉପରେ ବିରାଜମାନ କରନ୍ତୁ । ଏହାପରେ ପ୍ରତିମାକୁ ପଞ୍ଚଉପଚାରରେ ପୂଜନ୍ତୁ । ପୂଜାରେ କେଶର , ଚନ୍ଦନ,ହଳଦିଆ ଚାଉଳ,ହଳଦିଆ ଫୁଲ ଏବଂ ହଳଦିଆ ଭୋଗ ଲଗାନ୍ତୁ । ଶେଷରେ ଆଳତୀ କରନ୍ତୁ ।
ଏହାସହିତ ଓଁ ବୃଂ ବୃହଷ୍ପତି ନମଃ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ । ଗୁରୁବାର ଦିନ ହଳଦିଆ ବସ୍ତ୍ର ଦାନ କରନ୍ତୁ । ଏହି ଦିନ ମହାଦେବଙ୍କୁ ବେସନ ଲଡୁ ଭୋଗ ଲଗାନ୍ତୁ । ଏହି ଉପାୟ ଅବଲମ୍ବନ କରିବା ଦ୍ୱାରା ବିବାହ ଏବଂ ଭାଗ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ ।