ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯେକୌଣସି ଶୁଭ କାମରେ ପ୍ରଥମେ ଭଗବାନ ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ହିନ୍ଦୁ ଧର୍ମ ଅନୁସାରେ ପ୍ରତ୍ୟେକ ଶୁଭ କାମରେ ଗଣେଶ ମହାପ୍ରଭୁଙ୍କୁ ଆରଧନା କରିବା ଦ୍ୱାରା ଭଗବାନ ପ୍ରସନ୍ନ ହେବା ସହ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହୋଇଥାଏ । ଯଦି ଆପଣଙ୍କ ବ୍ୟବସାୟରେ କ୍ଷତି , ପାରିବାରିକ କଳହ,ଆର୍ଥିକ ଅନଟନ ଆଦି ସମସ୍ୟା ଉପୁଜୁଛି ତେବେ ବୁଧବାର ଦିନ ଏହି ଉପାୟ ଅବଲମ୍ବନ କରନ୍ତୁ । ଏହାଦ୍ୱାରା ଆପଣଙ୍କ ଜୀବନରେ ସମସ୍ତ ସମସ୍ୟା ଦୂର ହେବ ।
– ନକରାତ୍ମକ ଶକ୍ତିର ପ୍ରଭାବରୁ ରକ୍ଷା ପାଇବା ପାଇଁ ଆପଣ ଧଳା ରଙ୍ଗର ପ୍ରୟୋଗ କରନ୍ତୁ ।
– ଯଦି ଘରେ ସର୍ବଦା କୌଣସି ସଦସ୍ୟଙ୍କ ସହ ଝଗଡା ଲାଗିରହିଥାଏ, ତେବେ ବୁଧବାର ଦିନ ଗଣେଶ ମହାପ୍ରଭୁଙ୍କର ପ୍ରିୟ ଦୁବ ଘାସରେ ତାଙ୍କର ପ୍ରତିକାତ୍ମକ ରୂପ ତିଆରି କରି ପୂଜନ୍ତୁ ।
– ଯଦି ଆପଣଙ୍କର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନାହିଁ ତେବେ ବୁଧବାର ଏକ କଂସା ଥାଳିରେ ଚନ୍ଦନ ଦ୍ୱାରା ଓଁ ଶ୍ରୀଂ ହ୍ରୀଂ କ୍ଳୀଂ ଗ୍ଳୌଂ ଗଂ ଗଣପତୟେ ବଂର ବରଦେ ନମଃ ମନ୍ତ୍ର ଲେଖନ୍ତୁ ଏବଂ ହଳଦିଆ ରଙ୍ଗର ଆସନରେ ବସି ଗଣେଶ ମନ୍ତ୍ର ଯପ କରନ୍ତୁ । ଏହାପରେ ସେହି ଥାଳିକୁ ସମ୍ଭାଳିକରି ଘରର ପବିତ୍ର ସ୍ଥାନରେ ରଖିଦିଅନ୍ତୁ । ଏଭଳି କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବ ।
– ସୁଖୀ ଜୀବନ କାମନା ପାଇଁ ପ୍ରତ୍ୟେକ ବୁଧବାର ଗଣେଶ ମନ୍ଦିର ଯାଇ ଭଗବାନଙ୍କୁ ଲଡୁ ଚଢାନ୍ତୁ ଏବଂ ଗାଈକୁ ସବୁଜ ଘାସ ଖୁଆନ୍ତୁ ।