ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦଧର୍ମ ଅନୁଯାୟୀ ପ୍ରତ୍ୟେକ ଶୁଭ କାର୍ଯରେ ପ୍ରଥମେ ଭଗବାନ ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । କେବଳ ଏତିକି ନୁହେଁ, କୁହାଯାଏ କି ସମସ୍ତ ଦେବା-ଦେବୀ ମଧ୍ୟ ନିଜେ ଭଗବାନ ଗଣେଶଙ୍କ ନାମ ଉଚ୍ଚାରଣ କଲା ପରେ ହିଁ ତାଙ୍କର କାର୍ଯ୍ୟ ଆରମ୍ଭ କରିଥାନ୍ତି । ଯଦି ଘରେ ସର୍ବଦା ଭଗବାନ ଗଣେଶଙ୍କୁ ପୂଜା କରିବେ ତେବେ ସମସ୍ତ ବାଧାବିଘ୍ନ ଦୂର ହେବ ବୋଲି ପୂର୍ବରୁ ମାନ୍ୟତା ରହିଛି । ଏବଂ ଘରେ ସୁଖ ସମୃଦ୍ଧି ବଳବତ୍ତର ରହିଥାଏ ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଭଗବାନ ଗଣେଶଙ୍କ ମୂର୍ତ୍ତିକୁ ଘରେ ରଖିବା ଶୁଭ ହୋଇଥାଏ । ଆଜି ଆମେ ଆପଣଙ୍କୁ ଭଗବାନ ଗଣେଶଙ୍କ ସହ ଜଡିତ କିଛି ତଥ୍ୟ ବିଷୟରେ ଅବଗତ କରାଇବୁ । କୁହାଯାଏ କି ଯେଉଁ ଘରେ ଗଣେଶଙ୍କୁ ପୂଜା କରାଯାଏ, ସେଠାରେ କୌଣସି ବାସ୍ତୁ ଦୋଷ ନଥାଏ । ଯଦି ଆପଣ ଘରର ମୁଖ୍ୟ ଦ୍ୱାରରେ ଭଗବାନ ଗଣେଶଙ୍କ ମୂର୍ତ୍ତି ଲାଗାଉଛନ୍ତି ତେବେ ସର୍ବଦା ଘରେ ଉନ୍ନତି ହୋଇଥାଏ । ଏବଂ ଘରର ସଦସ୍ୟଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିଥାଏ । ଏହାବ୍ୟତୀତ ଘରର ମୁଖ୍ୟ ଦ୍ୱାରରେ ଆମ୍ବ, ବର ଏବଂ ନିମ୍ବରେ ନିର୍ମିତ ଗଣେଶ ମୂତ୍ତି ଲଗେଇବା ଦ୍ୱାରା ସକରାତ୍ମକ ଶକ୍ତି ଉତ୍ପନ ହୋଇଥାଏ ।
ଯଦି ଆପଣ ଘରର ଦ୍ୱାର ବନ୍ଧ ଚୌକାଠରେ ସିନ୍ଦୁରରେ ରିଧି ସିଦ୍ଧି ଲେଖୁଛନ୍ତି, ତେବେ ଏଭଳି କରିବା ଦ୍ୱାରା ଘରେ ଶୁଭ ମଙ୍ଗଳ ପ୍ରବେଶ କରିଥାଏ । ବିଗିଡି ଯାଇଥିବା କାମ ହେବାର ସମ୍ଭାବନା ଥାଏ । ଏବଂ ଘରେ ଧୀରେ ଧୀରେ ଉନ୍ନତି ହୋଇଥାଏ । ସର୍ବଦା ଘରେ ଭଗବାନ ଗଶେଶଙ୍କର ବସିବା ଆକୃତିର ମୂର୍ତ୍ତି ରଖନ୍ତୁ । ଏହା ଅତ୍ୟଧିକ ଶୁଭ ହୋଇଥାଏ ।