ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ବୁଧବାର । ହିନ୍ଦୁଧର୍ମରେ ପ୍ରତ୍ୟେକ ଦିନର ସମ୍ବନ୍ଧ ଯେପରି ଗ୍ରହମାନଙ୍କ ସହ ଥାଏ ଠିକ୍ ସେହିପରି ଠାକୁର ଓ ଠାକୁରାଣୀଙ୍କ ସହ ମଧ୍ୟ ରହିଥାଏ । ଏହିବାର ଗଜାନନଙ୍କ ପ୍ରିୟ ବାର । ବିଘ୍ନହର୍ତାଙ୍କୁ ହୃଦୟର ସହ ପ୍ରାର୍ଥନା କଲେ ମଣିଷର ସମସ୍ତ ଦୁଃଖ ଓ କଷ୍ଟ ଦୂର ହେବା ସହ ସୁଖ ଏବଂ ସମୃଦ୍ଧି ପ୍ରାପ୍ତି ହୋଇଥାଏ । ଆଜି ଆମେ ଆପଣଙ୍କୁ କିଛି ଏଭଳି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନ ବଦଳାଇ ଦେବ ।
ବୁଧବାର କରନ୍ତୁ ଏହି ଉପାୟ:
- ଘରେ ଧଳା ରଙ୍ଗର ଗଣପତି ସ୍ଥାପନା କରିବା ଦ୍ୱାରା ସମସ୍ତ ପ୍ରକାରର ତନ୍ତ୍ର ଏବଂ ଶକ୍ତିର ନାଶ ହୋଇଥାଏ ।
- ଧନପ୍ରାପ୍ତି ପାଇଁ ବୁଧବାର ଗଜାନନଙ୍କୁ ଘିଅ ଏବଂ ଗୁଡ ଭୋଗ ଲଗାନ୍ତୁ । ପୁଣି କିଛି ସୟୟ ପରେ ଗାଈକୁ ଗୁଡ ଓ ଘିଅ ଖୁଆନ୍ତୁ । ଏହି ଉପାୟ ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ ।
- ପାରିବାରିକ କଳହରୁ ମୁକ୍ତି ଚାହୁଁଥିଲେ ବୁଧବାର ଦୁବ ଘାସରେ ଗଣେଶଙ୍କ ପ୍ରତିମୂର୍ତ୍ତି ତିଆରି କରି ବିଧିବିଧାନ ସହ ପୂଜନ୍ତୁ ।
- ଘରର ମୁଖ୍ୟଦ୍ୱାର ଗଣେଶ ଫଟୋ ଲଗାଇବା ଦ୍ୱାରା ସୁଖ ଓ ସମୃଦ୍ଧି ଲାଭ ହେବା ସହ କୌଣସି ନକାରତ୍ମକ ଶକ୍ତି ଘରେ ପ୍ରବେଶ କରନ୍ତି ନାହିଁ ।