ପୁରୀ (ଏଟିଆର ବ୍ୟୁରୋ): ସ୍ନାନ ବେଦୀରୁ ସ୍ନାନ ସାରି ଅଣସର ଘରେ ଅଛନ୍ତି ଶ୍ରୀଜିଉ । ୧୦୮ କୁମ୍ଭ ଜଳରେ ଚତୁର୍ଦ୍ଧାମୂରତୀ ସ୍ନାନ କରି ଜ୍ୱରରେ କମ୍ପୁଛନ୍ତି । ଆଜି ମହାପ୍ରଭୁଙ୍କ ଅଣସର ଘରେ ରହିବାର ଦ୍ୱିତୀୟ ଦିନ ।
ଆଜି ମହାପ୍ରଭୁଙ୍କର ଓଦା ବସ୍ତ୍ର କଢାଯାଇ ଧଳା ବସ୍ତ୍ର ପରିଧାନ କରାଯିବ । ଏହି ସମୟରେ ମହାପ୍ରଭୁ ଜ୍ୱରରେ ପିଡୀତ ଥିବା ଯୋଗୁଁ ତାଙ୍କୁ ଧଳା ଫୁଲରେ ପୂଜାର୍ଚ୍ଚନା କରାଯିବ । ଏବଂ ଫଳୂମୂଳ ଭୋଗ ଲାଗାଯିବ ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦର୍ଶନ ବନ୍ଦ ଥିବା ହେତୁ ବ୍ରହ୍ମଗିରି ଅଲାରନାଥଙ୍କ ଠାରେ ଭକ୍ତଙ୍କର ଖୁବ୍ ଭିଡ ଜମିଛି । ବିଶ୍ୱାସ ରହିଛି କି ଏହ ୧୫ ଦିନ ଅଲାରନାଥଙ୍କ ଦର୍ଶନ କଲେ ପୂଣ୍ୟ ହୋଇଥାଏ ।