ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠାରୁ ଶ୍ରାବଣମାସ ଆରମ୍ଭ । ଏହି ମାସ ଦେବଙ୍କର ଦେବ ମହାଦେବଙ୍କର ମାସ । ଏହି ମାସରେ ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହେବା ସହ ଭଗବାନଙ୍କ କୃପା ଲାଭ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏଭଳି କିଛି ଉପାୟ କହିବାକୁ ଯାଉଛୁ, ଯାହାଦ୍ୱାରା ଆପଣ ଶିବ ଭଗବାନଙ୍କୁ ପ୍ରସନ୍ନ କରିପାରିବେ ।
– ପାରିବାରିକ କଳହରୁ ରକ୍ଷା ପାଇବା ପାଇଁ ଶ୍ରାବଣ ମାସରେ ପ୍ରତ୍ୟେକ ଦିନ ଘରେ ଗୋବର ପାଣି ଛିଞ୍ଚନ୍ତୁ ।
– ୨୧ଟା ବେଲପତ୍ରରେ ଚନ୍ଦନ ଦ୍ୱାରା ଓଁ ନମଃ ଶିବାୟ ଲେଖି ଶିବ ଲିଙ୍ଗରେ ଚଢାନ୍ତୁ । ଏହାଦ୍ୱାରା ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇପାରିବ ।
– ଶ୍ରାବଣ ମାସରେ ଗରିବଙ୍କୁ ଭୋଜନ କରାନ୍ତୁ, ଘରେ କଦାପି ଅନ୍ନ ଅଭାବ ହେବ ନାହିଁ । ଏହାସହିତ ପିତୃ ପୁରୁଷଙ୍କର ଆତ୍ମାକୁ ଶାନ୍ତି ମିଳିବ ।
– ଏହି ମାସରେ ସକାଳୁ ଉଠି ସ୍ନାନ କରନ୍ତୁ । ଭଗବାନ ଶିବଙ୍କୁ ଦର୍ଶନ କରି ଜଳାଭିଶେଖ କରିବା ସହ କଳାଜିରା ଅର୍ପଣ କରନ୍ତୁ । ଏଭଳି କରିବା ଦ୍ୱାରା ମନ ଶାନ୍ତି ରହିବା ସହ ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି ।
– ଯଦି ବିବାହରେ ବିଳମ୍ବ ହେଉଥାଏ । ତେବେ ଶିବ ଲିଙ୍ଗରେ କେଶର ମିଶା ଖୀର ଚଢାନ୍ତୁ । ଏହାଦ୍ୱାରା ଶୀଘ୍ର ବିବାହ ଯୋଗ ଫିଟିଥାଏ ।