ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମଣିଷ ଜୀବନ ସହ ଅନେକ ଜିନିଷ ଜଡିତ ଅଛି ଯାହା ଆପଣଙ୍କୁ ଅଜଣା ଥିବ । ହୁଏତ ଆପଣ ଏହି ଛୋଟ ଛୋଟ କଥା ଉପରେ ଧ୍ୟାନ ଦେଉନଥିବେ । କିନ୍ତୁ ଆପଣ ଜାଣିଛନ୍ତି କି ଏହି ଛୋଟ କଥା ପାଇଁ ଅନେକ ସମସ୍ୟାର ସମୁଖୀନ ହେବାକୁ ପଡିଥାଏ । ଆପଣମାନେ ଏହାର ଅନ୍ଦାଜ ବି ଲଗେଇ ପାରିବେନି ।ଚିକିତ୍ସା ବିଜ୍ଞାନ ଅନୁଯାୟୀ , ତାଳି ମାରିବା ଦ୍ୱାରା ଶରୀରର ବିଭିନ୍ନ ଅଙ୍ଗ ସକ୍ରିୟ ହୋଇ ଯାଇଥାଏ । କିନ୍ତୁ ଭଗବାନ ଶିବଙ୍କ ମନ୍ଦିରରେ ତାଳି ମାରିବା ଅନୁଚିତ୍ । ଆଜ୍ଞା ହଁ ପୁରାଣ ଅନୁସାରେ ଶିବ ମନ୍ଦିରରେ ତାଳି ବଜେଇବା ଅର୍ଥ କୌଣସି ବଡ କ୍ଷତିକୁ ସାମ୍ନା କରିବା ।
ପ୍ରକୃତରେ ଶିବଙ୍କ ଆଗରେ ତାଳି ବଜାଇବାର ଭିନ୍ନ ଉପାୟ ରହିଛି । ପୌରାଣିକ ଅନୁଯାୟୀ ଭଗବାନ ଶିବଙ୍କ ପୂଜାରେ ଶିବଲିଙ୍ଗରେ ଜଳ ଅର୍ପଣ କରି ପୂଜା ସମାପ୍ତି କଲା ପରେ ତାଳି ବଜା ଯାଇଥାଏ । ଶିବ ମନ୍ଦିରରେ ସଂନ୍ଧ୍ୟା ଆଳତୀ ସମୟରେ ତାଳି ବଜାଇବା ଉଚିତ୍ ।
କୁହାଯାଏ ଭଗବାନ ଶିବ ସାରା ଦିନ ଧ୍ୟାନରେ ବସିଥାନ୍ତି, ଯଦି ଆପଣ ସେହି ସମୟରେ ତାଳି ବଜାଉଛନ୍ତି । ତେବେ ସେହି ସମୟରେ ଭଗବାନଙ୍କ ଧ୍ୟାନ ଭଗ୍ନ ହୋଇଥାଏ ଏବଂ ସେ କ୍ରୋଧିତ ହୋଇଯାଇଥାନ୍ତି । ଯାହାଦ୍ୱାରା ଆପଣଙ୍କୁ ବିଭିନ୍ନ ସମସ୍ୟାର ସମୁଖୀନ ହେବାକୁ ପଡିଥାଏ ।