ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସୋମବାର ଭଗବାନ ଶିବଙ୍କୁ ସମର୍ପିତ କରାଯାଇଛି । ଏହିଦିନ ବିଧିବିଧାନ ସହ ଭୋଳାନାଥଙ୍କୁ ପୂଜା କରିବାର ବିଧି ରହିଛି । କୁହାଯାଏ କି ଭୋଳାନାଥ ଖୁବ୍ ଭୋଳା ଏବଂ ସେ ଖୁବ୍ ଶୀଘ୍ର ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇଯାନ୍ତି । ପୁରାଣ ଅନୁସାରେ ସୋମାବାର ଶିବଲିଙ୍ଗରେ କିଛି ସ୍ୱତନ୍ତ୍ର ଜିନିଷ ଅର୍ପଣ କରିବା ଦ୍ୱାରା ଭୋଳାନାଥ ପ୍ରସନ୍ନ ହୋଇଥାନ୍ତି ଏବଂ ସମସ୍ତ ବାଧା ଦୂର କରିଥାନ୍ତି ।
ସୋମବାର ଦିନ ଶିବଲିଙ୍ଗକୁ ପଞ୍ଚାମୃତରେ ସ୍ନାନ କରାଇବା ବହୁତ ଶୁଭ ହୋଇଥାଏ । ଏହାପରେ ଶିବଲିଙ୍ଗରେ ଚନ୍ଦନ ଏବଂ ବିଭୂତି ଲଗାଇ ଶିବଲିଙ୍ଗରେ ବେଲପତ୍ର, ଦୁର୍ଦୁରା ଏବଂ ଶମିପତ୍ର ଚଢାନ୍ତୁ । ଏଭଳି କରିବା ଦ୍ୱାରା ପ୍ରସନ୍ନ ହୋଇଥାନ୍ତି ଭଗବାନ ଶିବ ଏବଂ ଘରକୁ ସୁଖ-ସମୃଦ୍ଧିର ଆର୍ଶିବାଦ କରିଥାନ୍ତି ।
ସେହିପରି ସୋମବାର ରୁଦ୍ରାଭିଶେକ କରିବା ମଧ୍ୟ ଶୁଭ ହୋଇଥାଏ । ମାନ୍ୟତା ରହିଛି କି ଶିବଲିଙ୍ଗରେ ଘିଅ ଅଭିଶେକ କରିବା ଦ୍ୱାରା ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ ଏବଂ ଗଙ୍ଗାଜଳରେ ଅଭିଶେକ କରିବା ଦ୍ୱାରା ଦୁଃଖ ଏବଂ ପାପରୁ ମୁକ୍ତି ମିଳିଥାଏ । ଏହାସହିତ ସୋମବାର ଦିନ ଆଖୁ ରସରେ ଅଭିଶେକ କରିବା ଦ୍ୱାରା ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ ।