ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁଧର୍ମର ପ୍ରତ୍ୟେକ୍ଷ ଦେବତା ହେଉଛନ୍ତି ଦେବଙ୍କର ଦେବ ମହାଦେବ । ବାର ଅନୁଯାୟୀ ସୋମବାର ହେଉଛି ମହାଦେବଙ୍କ ବାର । ଏହି ଦିନ ବ୍ରତ ରଖିବାକୁ ହେଲେ ପ୍ରଥମେ ସ୍ନାନ ସାରି ଭୋଳାନାଥଙ୍କୁ ଜଳ ଏବଂ ବେଲ ପତ୍ର ଚଢାଇବା ସହ ଶିବ ଓ ପାର୍ବତୀଙ୍କୁ ପୂଜା କରିବା ଉଚିତ୍ । ପୂଜା ପରେ ବ୍ରତ କଥା ଶୁଣନ୍ତୁ । ଏହି ବ୍ରତରେ ମାତ୍ର ଗୋଟିଏ ଥର ଭୋଜନ କରିବା ଉଚିତ୍ ।ପୂଜା ସମୟରେ ମହାଦେବଙ୍କୁ ସରଳ ମନରେ ଧ୍ୟାନ କରିବା ଉଚିତ୍ । ଏହାପରେ ଜଳରେ ଅଭିଶେକ କରି ଅର୍ଘ୍ୟ ଦିଅନ୍ତୁ । ପୁଣି ଘିଅ, କ୍ଷୀର,ଦହି,ମହୁ ଏବଂ ସାକର ମିଶାଇ ଶିବଲିଙ୍ଗକୁ ପଞ୍ଚାମୃତରେ ସ୍ନାନ କରନ୍ତୁ । ଏହାପରେ ମହାଦେବଙ୍କ ଉପରେ ବସ୍ତ୍ର, ଚନ୍ଦନ, ଫୁଲ, ଫଳ, ଏବଂ ନୈବେଦ୍ୟ ଅର୍ପଣ କରନ୍ତୁ । ଶେଷରେ ଧୂପ, ଧୀପ ଏବଂ କର୍ପୂରରେ ମହାଦେବଙ୍କ ଆଳତୀ କରନ୍ତୁ । ଏଭଳି କରିବା ଦ୍ୱାରା ମହାଦେବଙ୍କ କୃପାଲାଭ ହୋଇଥାଏ ।
ସୋମବାର ଦିନ ମହାଦେବଙ୍କ କଥା ପାଠ କରିବା ଦ୍ୱାରା ପୂଣ୍ଣ୍ୟ ଲାଭ ହୁଏ ବୋଲି ବିଶ୍ୱାସ ରହିଛି । କୁହାଯାଏ ଗୋଟେ ସମୟରେ ମହାଦେବ ମୃତ୍ୟୁଲୋକରେ ବିବାହ ଇଛାରେ ପାର୍ବତୀଙ୍କ ସହ ବିଦର୍ଭ ଦେଶରେ ପହଁଚିଥିଲେ । ସେଠାରେ ରାଜାଙ୍କ ଦ୍ୱାରା ଏକ ଅତ୍ୟନ୍ତ ସୁନ୍ଦର ମନ୍ଦିର ଥିଲା, ଯେଉଁଠି ସେ ରହିବାକୁ ଲାଗିଲେ । ଗୋଟେଥର ପାର୍ବତୀ ଚୌଶର ଖୋଲିବାକୁ ଇଛା ପ୍ରକାଶ କଲେ ଏବଂ ମନ୍ଦିରର ପୂଜାରୀଙ୍କୁ ପଚାରିଲେ କି ଏହି ବାଜିରେ ବିଜୟ କାହାର ହେବ?
ବ୍ରାହ୍ମଣ ଜଣଙ୍କ ଉତ୍ତର ଦେଇ କହିଥିଲେ କି ଏଥିରେ ମହାଦେବଙ୍କ ବିଜୟ ହେବ । କିନ୍ତୁ ସେହି ବାଜିରେ ପାର୍ବତୀ ବିଜୟ ଲାଭ କରିଥିଲେ । ମିଛ କହିବା ଅପରାଧରେ ସେ ପୂଜାରୀକୁ କୁଷ୍ଠ ହେବାର ଅଭିଶାପ ଦେଇଥିଲେ । କିଛିଦିନ ପରେ ଦେବଲୋକର ଅପ୍ସରାମାନେ ମନ୍ଦିରରେ ପହଁଚି ପୂଜାରୀଙ୍କ ଅବସ୍ଥାର କାରଣ ପଚାରିବାରୁ ସେ ସବୁକିଛି ବଖାଣି ଥିଲେ । ତାପରେ ଅପ୍ସରାମାନେ ପୂଜାରୀକୁ ସୋମବାର ବ୍ରତ ରଖିବାକୁ କହିଥିଲେ । ସେବେଠାରୁ ପୂଜାରୀ ସୋମବାର ବ୍ରତ ରଖି ରୋଗରୁ ମୁକ୍ତି ପାଇଥିଲେ । ଏହାସହ ଶିବଙ୍କ କୃପାରୁ ପୂଜାରୀଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଥିଲା ।
ଯେତେବେଳେ ଶିବ ଓ ପାର୍ବତୀ ଦୁହେଁ ପୁର୍ନବାର ସେହି ମନ୍ଦିରରେ ପହଁଚ ଥିଲେ, ସେତେବେଳ ପୂଜାରୀ ଜଣକ ସମ୍ପୂର୍ଣ୍ଣ ଠିକ୍ ହୋଇଯିବାର ଦେଖି ମାତା ପାର୍ବତୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେହି ସମୟରେ ବ୍ରହ୍ମା ପାର୍ବତୀଙ୍କୁ ସମସ୍ତ କଥା ବିଷୟରେ ଜଣାଇଥିଲେ ।