ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରାୟତଃ ଅନେକ ଲୋକ ଘର କିଣିବା କିମ୍ବା ତିଆରି କରିବା ପୂର୍ବରୁ ଘରର ଆଖପାଖ ବାତାବରଣ ଉପରେ ନଜର ପକାଇ ଥାନ୍ତି । ଘରର ମାଟି ସହ ଆପଣଙ୍କ ଭାଗ୍ୟ ମଧ୍ୟ ଜଡିତ ହୋଇଥାଏ । ଯଦି ଆମେ ଭାଗ୍ୟ କଥା କହିବା ତେବେ ଘରର ମାଟି ସହ ଏହାର ସଂପର୍କ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।ମାନେ ନାହିଁ କି ପ୍ରତ୍ୟେକ ବ୍ୟକ୍ତିଙ୍କର ଭାଗ୍ୟ ସାଥ୍ ଦେବ । ବେଳେ ବେଳେ ଭାଗ୍ୟ ଧୋକା ବି ଦେଇଥାଏ । ଭାଗ୍ୟ ଖରାପ ଏବଂ ଭଲ ହେବା ଉପରେ ସମ୍ପୂର୍ଣ୍ଣ ଘରର ମାଟି ନିର୍ଭର କରିଥାଏ । ଭିନ୍ନ ଭିନ୍ନ ପ୍ରକାରର ମାଟି ବ୍ୟକ୍ତିଙ୍କ ଭାଗ୍ୟ ଉପରେ ବିଭିନ୍ନ ପ୍ରକାରର ପ୍ରଭାବ ପକାଇ ଥାଏ । ସେଥିମଧ୍ୟରୁ କିଛି ମାଟି ଶୁଭ ଏବଂ ଅଶୁଭ । ଯଦି ଆପଣ ଏ ବିଷୟରେ ପୂର୍ବରୁ ଜାଣିଯାଉଛନ୍ତି ତେବେ ଘର ତିଆରି ବେଳେ ସାବଧାନତା ଅବଲମ୍ବନ କରିପାରିବେ ।
ଯେଉଁ ବ୍ୟକ୍ତିଙ୍କ ଘର ସାମାନ୍ୟ ଲାଲ ରଙ୍ଗର ମାଟି ଉପରେ ତିଆରି ହୋଇଥାଏ, ସେଠାରେ ରହୁଥିବା ବ୍ୟକ୍ତି ଟିକେ ରାଗି ସ୍ୱଭାବର ହୋଇଥାନ୍ତି । କିନ୍ତୁ ଏହି ବ୍ୟକ୍ତିଙ୍କ ମାନସିକ ସ୍ଥିତି ମଜବୁତ ଥାଏ ।
କିଛି ଲୋକଙ୍କ ଘର ସାମାନ୍ୟ ସବୁଜ ରଙ୍ଗର ମାଟି ଉପରେ ତିଆରି ହୋଇଥାଏ, ସେହି ବ୍ୟକ୍ତିମାନେ ଭ୍ରମଣ ପ୍ରେମୀ ହୋଇଥାନ୍ତି । ଏମାନେ ଗୋଟେ ସ୍ଥାନରେ ରହିବାକୁ ପସନ୍ଦ କରନ୍ତି ନାହିଁ ।
କିଛି ଲୋକଙ୍କ ଘର ଏଭଳି ମାଟି ଉପରେ ତିଆରି ହୋଇଥାଏ ଯେଉଁଠୁ ଭିନ୍ନ ପ୍ରକାରର ଦୁର୍ଗନ୍ଧ ବାହାରିଥାଏ । କିୁହାଯାଏ କି ଭାଗ୍ୟ ଏଭଳି ବ୍ୟକ୍ତିଙ୍କ ସାଥ୍ ଦେଇନଥାଏ । ସେମାନଙ୍କୁ ତାଙ୍କ ଜୀବନରେ ଅନେକ କଷ୍ଟ କରିବାକୁ ପଡେ ।
ଯେଉଁ ବ୍ୟକ୍ତିଙ୍କ ଘର ସାମାନ୍ୟ କଳା ରଙ୍ଗର ମାଟି ଉପରେ ତିଆରି ସେମାନେ ପରିଶ୍ରମୀ ହୋଇଥାନ୍ତି ।
କିଛି ସ୍ଥାନରେ ସାମାନ୍ୟ ହଳଦିଆ, ଧଳା ବା ସୁଗନ୍ଧିତ ମାଟି ଥାଏ । ଏହି ମାଟି ଉପରେ ଘରେ ତିଆରି କରି ରହୁଥିବା ବ୍ୟକ୍ତିଙ୍କର ଧାର୍ମିକତା, ଜ୍ଞାନ, ବୁଦ୍ଧି,ଭଲ ଚିନ୍ତାଧାରା ଆଦିର ବିକାଶ ହୋଇଥାଏ । ଏହି ଲୋକ ଖୁବ୍ ବୁଝିଲା ସୁଝିଲା ଏବଂ ସମସ୍ତଙ୍କ ସହ ମିଳିମିଶି ରୁହନ୍ତି ।