ଭୁବନେଶ୍ୱର (ଏଟିଆର ବୁରୋ): ଆରମ୍ଭ ହୋଇଯାଇଛି ଶାରଦୀୟ ନବରାତ୍ରୀ । ଆଜି ନବରାତ୍ରୀର ଦ୍ୱିତୀୟ ଦିନ । ବିଧି ଅନୁଯାୟୀ ମା’ ଦୁର୍ଗଙ୍କର ୯ଟି ସ୍ୱରୂପ ୯ ଦିନ ଯାକ ପୂଜା ପାଇଥାନ୍ତି । ସେହି ଅନୁଯାୟୀ ଦ୍ୱିତୀୟ ଦିନରେ ମା’ ଦୁର୍ଗାଙ୍କର ଦ୍ୱିତୀୟ ସ୍ୱରୂପ ବ୍ରହ୍ମଚାରିଣୀଙ୍କୁ ପୂଜା କରିବାର ବିଧି ରହିଛି । ତେବେ ଏହି ଅବସରରେ ଆସନ୍ତୁ ଜାଣିବା ବ୍ରହ୍ମଚାରିଣୀଙ୍କର କେଉଁ ରଙ୍ଗ ସବୁଠାରୁ ପ୍ରିୟ ଏବଂ ମା’ଙ୍କ କୃପା କିଭଳି ପ୍ରାପ୍ତି କରାଯାଇ ପାରିବ ।
ବ୍ରହ୍ମ ର ଅର୍ଥ ହେଉଛି ତପ ଏବଂ ଚାରିଣୀର ଅର୍ଥ ହେଉଛି ଆଚରଣ କରୁଥିବା । ଅର୍ଥାାତ ବ୍ରହ୍ମଚାରିଣୀର ଅର୍ଥ ହେଉଛି ତପ ଆଚରଣ କରିବା । କୁହାଯାଏ ଭଗବାନ ଶିବଙ୍କୁ ପତି ରୂପେ ପାଇବା ପାଇଁ କଠୋର ତପ କରିଥିଲେ ଏହି ଦେବୀ । ଯେଉଁଥିପାଇଁ ତାଙ୍କ ନାଁ ବ୍ରହ୍ମଚାରିଣୀ ରହିଛି । ନବରାତ୍ରିର ଦ୍ୱିତୀୟ ଦିନ ଅର୍ଥାତ ଆଜିର ଦିନରେ ପାର୍ବତୀଙ୍କର ଦ୍ୱିତୀୟ ସ୍ୱରୂପକୁ ପୂଜା କରିବାର ବିଧାନ ରହିଛି । ଏହି ରୂପରେ ମା’ ତାଙ୍କର ଡାହାଣ ହାତରେ ଜପ ମାଳା ଏବଂ ବାମ ହାତରେ କମଣ୍ଡଳ ଧାରଣ କରିଥାନ୍ତି ।
ମା’ ଦୁର୍ଗାଙ୍କର ପ୍ରିୟ ରଙ୍ଗ ହେଉଛି ଲାଲ କିନ୍ତୁ ନବରାତ୍ରୀ ଅବସରରେ ମା’ ଭିନ୍ନ ଭିନ୍ନ ରଙ୍ଗର ବସ୍ତ୍ର ଧାରଣ କରିଥାନ୍ତି । ସେହିଅନୁଯାୟୀ ବ୍ରହ୍ମଚାରିଣୀଙ୍କ ପ୍ରିୟ ରଙ୍ଗ ହେଉଛି ହଳଦିଆ । ସେଥିପାଇଁ ନବରାତ୍ରୀର ଦ୍ୱିତୀୟ ଦିନରେ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ୍ । ହଳଦିଆ ବସ୍ତ୍ର ଧାରଣ କରି ମା’ଙ୍କ ପୂଜା କରନ୍ତୁ । କେବଳ ଏତିକି ନୁହେଁ ହଳଦିଆ ରଙ୍ଗ ଭୋଗ ମା’ଙ୍କୁ ଲଗାନ୍ତୁ । ଏଭଳି କରିବା ଦ୍ୱାରା ମା’ ପ୍ରନ୍ନ ହୋଇଥାନ୍ତି ଏବଂ ଭକ୍ତଙ୍କ ସମସ୍ତ ମନସ୍କାମନା ପୁରଣ କରିଥାନ୍ତି । ଏହାସହିତ ବିଶ୍ୱାସ ରହିଛି କି ଏହି ଦେବୀଙ୍କୁ ଆରାଧନା କରିବା ଦ୍ୱାରା ବିବାହ ରେ ଆସୁଥିବା ସମସ୍ତ ବାଧା ଦୂର ହୋଇଥାଏ ।