ବ୍ରହ୍ମପୁର (ଏଟିଆର ବ୍ୟୁରୋ): ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ଯାତ୍ରାର ଆଜି ଶେଷ ଦିନ । ବାପ ଘରେ ସରିଲା ମା’ଙ୍କ ଲୀଳା ଖେଳା । ଏବେ ମାଙ୍କର ବିଦାୟ ସମୟ ପାଖେଇ ଆସିଛି ।
୨୮ ଦିନର ରହଣୀ ପରେ ମା ବୁଢୀ ଠାକୁରାଣୀ ଆଜି ମୁଖ୍ୟ ମନ୍ଦିରକୁ ବିଦାୟ ନେବେ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
ଏପ୍ରିଲ ୪ ତାରିଖରେ ବାପଘରକୁ ମା ଆସିବା ପରେ ଏପ୍ରିଲ ୬ ତାରିଖରୁ ବିଭିନ୍ନ ସାହି ପରିକ୍ରମା ଆରମ୍ଭ କରିଥିଲେ ।