ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିଙ୍କ ରାଶି ଅନୁସାରେ ଗ୍ରହ ଚୟନ ହୋଇଥାଏ । ୧୨ ରାଶିର ଗ୍ରହ ସ୍ୱାମୀ ଅଲଗା ଅଲଗା ହୋଇଥାଏ । ଯାହାର ପ୍ରଭାବ ମଧ୍ୟ ଜାତକରେ ଅଲଗା ଅଲଗା ହୋଇଥାଏ । କିନ୍ତୁ ମୋଟ ୧୨ଟି ରାଶି ମଧ୍ୟରୁ ୫ ଟି ରାଶି ଉପରେ ମା ଲକ୍ଷ୍ମୀଙ୍କ ବିଶେଷ କୃପା ରହିଥାଏ । ଏହି ରାଶିକୁ କଦାପି ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେନି । ମାନ-ସମ୍ମାନ ବଢେ । ତେବେ ଆସନ୍ତୁ ଜାଣିବା ଜ୍ୟୋତିଷଶାସ୍ତ୍ର ଅନୁସାରେ କେଉଁ ରାଶି ଉପରେ ମା ଲକ୍ଷ୍ମୀଙ୍କ କୃପା ରହିଥାଏ ।
ଜ୍ୟୋତିଷଶାସ୍ତ୍ର ଅନୁସାରେ, ବୃଷ ରାଶିର ସ୍ୱାମୀ ଶୁକ୍ର । ଶୁକ୍ର ଗ୍ରହକୁ ଧନ-ଧାନ୍ୟ, ସମ୍ପଦ ର କାରକ ବୋଲି କୁହାଯାଏ । ଏହି ରାଶିର ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ରହିଥାଏ । ଏଥିପାଇଁ ଏହି ରାଶିର ବ୍ୟକ୍ତିଙ୍କୁ ବହୁତ ଶୀଘ୍ର ସଫଳତା ମିଳିଥାଏ । କଦାପି ଆର୍ଥିକ ସମସ୍ୟା ଦେଖାଦିଏ ନାହିଁ ।
କର୍କଟ ରାଶିର ସ୍ୱାମୀ ଚନ୍ଦ୍ରମା । ଏହି ରାଶିର ବ୍ୟକ୍ତିଙ୍କ ଉପରେ ମଧ୍ୟ ମା ଲକ୍ଷ୍ମୀଙ୍କ କୃପା ରହିଥାଏ । କଦାପି ଧନଧାନ୍ୟର ଅଭାବ ହୋଇନଥାଏ ।
ସିଂହ ରାଶିର ସ୍ୱାମୀ ହେଉଛନ୍ତି ସୂର୍ଯ୍ୟ । ଗ୍ରହ ରାଜ ସୂର୍ଯ୍ୟଙ୍କୁ ସଫଳତା ଏବଂ ସମ୍ମାନର କାରକ ବୋଲି କୁହାଯାଏ । ସେଥିପାଇଁ ଏହି ରାଶିର ବ୍ୟକ୍ତିଙ୍କ ଉପରେ ମଧ୍ୟ ମା ଲକ୍ଷ୍ମୀଙ୍କ କୃପା ରହିଥାଏ । ଏହି ରାଶିର ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରକାରର ସୁଖ-ସୁବିଧା ଲାଭ ହୋଇଥାଏ ।
ତୁଳା ରାଶିର ସ୍ୱାମୀ ହେଉଛନ୍ତି ଶୁକ୍ର ।ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଉଜ୍ୱଳ ହୋଇଥାଏ । ସାମାନ୍ୟ ପରିଶ୍ରମରେ ଫଳ ଫଳ ପ୍ରାପ୍ତି ହୋଇଥାଏ ।
ବିଛା ରାଶିର ସ୍ୱାମୀ ହେଉଛନ୍ତି ମଙ୍ଗଳ । ଏଥିପାଇଁ ଏହି ରାଶିର ବ୍ୟକ୍ତି ଟିକେ ଜିଦି ଏବଂ କ୍ରୋଧି ସ୍ୱଭାବର ହୋଇଥାନ୍ତି । ଯଦି ଆପଣ ମା ଲକ୍ଷ୍ମୀଙ୍କ କୃପା ଚାହୁଁଥିବେ ତେବେ ନିଜକୁ ଟିକେ ନିୟନ୍ତ୍ରଣ କରିବା ଉଚିତ୍ । ଏହି ରାଶିରେ ମଙ୍ଗଳ ସ୍ଥିତି ମଜବୂତ । ସେଥିପାଇଁ ସଫଳତା ହାସଲ କରିବାରେ କେହି ଅଟକାଇ ପାରିବେ ନାହିଁ ।