ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଜୀବନରେ ସୁଖ,ଶାନ୍ତି ଏବଂ ସମୃଦ୍ଧି ପ୍ରାପ୍ତି ପାଇଁ ଆଶା ରଖିଥାନ୍ତି । ଏହାସହିତ ନିଜର ଆବଶ୍ୟକତାକୁ ପୁରଣ କରିବା ଲାଗି ଧନ ପ୍ରାପ୍ତିର ଚେଷ୍ଟା କରିଥାନ୍ତି । ସେହିପରି ହିନ୍ଦୁ ପୂଜା ପଦ୍ଧତିରେ ମହାଲକ୍ଷ୍ମୀ ଏବଂ କୁବେରଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ଧନ ସହ ଏହି ଦେବା-ଦେବୀଙ୍କ ସମ୍ବନ୍ଧ ରହିଛି । ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଏହି ଦେବା-ଦେବୀଙ୍କୁ ପ୍ରସନ୍ନ କରିବାରେ ଲାଗିପଡିଥାନ୍ତି ।
ମାତ୍ର ବେଳେ ବେଳେ ବ୍ୟକ୍ତିଙ୍କ ଭୁଲ୍ କାମ ପାଇଁ ମହାଲକ୍ଷ୍ମୀ ରାଗି ଯାଇଥାନ୍ତି । ଏହାପରେ ଜୀବନରେ ଆର୍ଥିକ ସମସ୍ୟା ଉପୁଜିଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଏଭଳି ଖାସ୍ କଥା ବିଷୟରେ କହିବାକୁ ଯାଉଛୁ , ଯାହାକୁ କୌଣସି ବ୍ୟକ୍ତି ଭୁଲ୍ ରେ ବି କରିବା ଉଚିତ୍ ନୁହେଁ । ତେବେ ଆସନ୍ତୁ ଜାଣିବା..
ଯେଉଁ ବ୍ୟକ୍ତି ସର୍ବଦା ସୂର୍ଯ୍ୟଦୋୟ ହେବା ପରେ ଉଠନ୍ତି , ସେମାନଙ୍କଠାରେ ମା’ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ନାହିଁ । ଏହି କାରଣରୁ ଘରେ ସର୍ବଦା ଆର୍ଥିକ ସମସ୍ୟା ଲାଗି ରହିଥାଏ । ସେଥିପାଇଁ ବ୍ୟକ୍ତିଙ୍କୁ ସକାଳୁ ଉଠି ନିଜର ଇଷ୍ଟ ଦେବା-ଦେବୀଙ୍କୁ ସ୍ମରଣ କରିବା ଉଚିତ୍ ।
ସେହିପରି ଯେଉଁ ବ୍ୟକ୍ତି ତାଙ୍କ ଘରେ ସକାଳ ଏବଂ ସନ୍ଧ୍ୟାରେ ଦୀପ ଜଳାନ୍ତି ନାହିଁ, ସେମାନଙ୍କ ଘରେ ମା’ଲକ୍ଷ୍ମୀ ଦୀର୍ଘ ଦିନ ପର୍ଯ୍ୟନ୍ତ ରୁହନ୍ତି ନାହିଁ । କାରଣ ଘରେ ଦୀପ ଜାଳିିବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । ଏହାବ୍ୟତିତ ଯଦି କୌଣସି ବ୍ୟକ୍ତି କଥା କଥାରେ ରାଗି ଯାଆନ୍ତି ଏବଂ ଅନ୍ୟକୁ ଖରାପ ବ୍ୟବହାର କରନ୍ତି, ତେବେ ତାଙ୍କ ଉପରେ ମା’ ଲକ୍ଷ୍ମୀ ରାଗି ଯାଇଥାନ୍ତି ।
ଅପରପକ୍ଷେ ଯେଉଁ ଘର ମାନଙ୍କରେ ଶାସ୍ତ୍ର,ଗରିବ ଓ ଭିକାରୀକୁ ଅନାଦର କରାଯାଏ , ସେଠାରେ ଧନଦେବୀ ପ୍ରବେଶ କରନ୍ତି ନାହିଁ । ଏଭଳି ବ୍ୟକ୍ତିଙ୍କ ଠାରୁ ଲକ୍ଷ୍ମୀ ଦୂରେଇ ରହିଥାନ୍ତି ।