ସମ୍ବଲପୁର (ଏଟିଆର ବ୍ୟୁରୋ): ଫିଟିଲା ମା’ର ଦ୍ୱାର । ଭକ୍ତଙ୍କୁ ଦର୍ଶନ ଦେଲେ ମା ସମଲେଇ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ମନ୍ଦିର ଆଜି ସକାଳୁ ଖୋଲିଛି ।
ମାଙ୍କୁ ଦୁଇଟି ପର୍ଯ୍ୟାୟରେ ଦର୍ଶନ କରିପାରିବେ ଭକ୍ତ । ପ୍ରଥମ ପର୍ଯ୍ୟାୟ ସକାଳ ୬ଟାରୁ ସାଢେ ୧୧ ଟା ରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଅପରାହ୍ନ ୩ଟାରୁ ସନ୍ଧ୍ୟା ସାଢେ ୭ଟା ଯାଏଁ ରହିଛି ।
ସର୍ବସାଧାରଣ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି । ମନ୍ଦିରର ସମସ୍ତ ଦ୍ୱାର ବନ୍ଦ ରହିଛି କେବଳ ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ଗୋଟିଏ ଦ୍ୱାର ଖୋଲା ରହିଛି । ପ୍ରବେଶ ପଥରେ ଶ୍ରଦ୍ଧାଳୁଙ୍କ ଥର୍ମାଲ ସ୍କ୍ରନିଂ କରାଯାଉଛି । ସାମାଜିବ ଦୂରତା ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି ।