ସମ୍ବଲପୁର (ଏଟିଆର ବ୍ୟୁରୋ): ରାଜ୍ୟରେ ଯେଉଁଭଳି ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଉଛି ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ କଟକଣା ମଧ୍ୟ ବଢୁଛି । ସେହିପରି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ମନ୍ଦିରରେ କଟକଣା ଲଗାଯାଇଛି । ଆଜିଠୁ ଭକ୍ତଙ୍କ ପାଇଁ ମା ସମଲେଶ୍ୱରୀଙ୍କ ଦର୍ଶନ । ଜିଲ୍ଲାପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ଆସନ୍ତା ୩୧ ତାରିଖ ଯାଏଁ ଭକ୍ତଙ୍କ ପାଇଁ ବନ୍ଦ ରହିବ ମା ସମଲେଶ୍ୱରୀଙ୍କ ମନ୍ଦିର ।
କଟକଣା ଭିତରେ ମନ୍ଦିରରେ କେବଳ ମାଙ୍କର ଦୈନଦିନ ନୀତିକାନ୍ତି ଚାଲିବ । ଏଥିପାଇଁ ପୂଜକମାନେ ମନ୍ଦିରରେ ରହିବେ ।