ଜଗତସିଂହପୁର (ଏଟିଆର ବ୍ୟୁରୋ); କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଏବେ ଧୀରେ ଧୀରେ ଧର୍ମପୀଠଗୁଡିକ ଖୋଲୁଛି । ସେହିପରି ଆଜିଠୁ ଖୋଲିଛି ଜଗସିଂହପୁର ଜିଲ୍ଲାର ପ୍ରସିଦ୍ଧ ମା ସାରଳାଙ୍କ ମନ୍ଦିର । କଟକଣା ଭିତରେ ଖୋଲିଛି ମନ୍ଦିର ।
ମନ୍ଦିର ଭିତରେ ସମସ୍ତ ଭକ୍ତଙ୍କ କୋଭିଡ ଗାଇଡଲାଇନ୍ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି । ଗର୍ଭଗୃହକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ନିଷେଧ କରାଯାଇଛି । ମନ୍ଦିର ବେଢା ଭିତରେ ମାଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଏହାସହିତ ମନ୍ଦିର ଭିତରକୁ ଭୋଗ ନେବାକୁ ବାରଣ କରାଯାଇଛି ।