ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ହେଉଛି ଆଶ୍ୱିନ ଶୁକ୍ଳ ପକ୍ଷ ନବମୀ । ଶାରଦୀୟ ନବରାତ୍ରିରେ ମା’ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଇଥାଏ । ସାରା ଜଗତର ରିଦ୍ଧି ଓ ସିଦ୍ଧିର ଦେବୀ ହେଉଛନ୍ତି ସିଦ୍ଧିଦାତ୍ରୀ । ସ୍ୱର୍ଣ୍ଣ ଆଭୁଷଣରେ ଶୁସଜ୍ଜିତ ଚର୍ତ୍ତୁମୂଜା ମା’ ହସ୍ତରେ ଶଙ୍ଖ, ଚକ୍ର, ଗଦା ଏବଂ ପଦ୍ମ ଧାରଣ କରି ସିଂହ ଉପରେ ବସି ଧରାପୃଷ୍ଠରେ ବିରାଜମାନ କରିଥାନ୍ତି ।
ନବମୀ ଅବସରରେ ସିଦ୍ଧିଦାତ୍ରୀ ମା’ଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଘରେ ହଳଦିଆ ଏବଂ ଲାଲ ରଙ୍ଗର କପଡା ବିଛାଇ ତାଉପରେ ନବଦୁର୍ଗା ସହିତ ସିଦ୍ଧିଦାତ୍ରୀଙ୍କ ମୂର୍ତ୍ତି ରଖି ବିଧିବିଧାନ ସହ ପୂଜା କରନ୍ତୁ । ଗାଈ ଘିଅରେ କେସରେ ମିଶାଇ ଦୀପ ଜଳାନ୍ତୁ । ନଅଟି ଅଲଗା ଅଲଗା ଅଗରବତୀ ଜଳାଇ ଧୂପ ଦିଅନ୍ତୁ । ନଅ ପ୍ରକାରର ଫୁଲ ଚଢାଇବା ସହ ଫଳ ଭୋଗ ଲଗାନ୍ତୁ । ଏହାସହିତ ନୂଆ ଧାନରେ ଖେଚୁଡି କରି ପ୍ରସାଦ ଲଗାନ୍ତୁ । ପୂଜା ଶେଷରେ ନଅଟି କନ୍ୟାଙ୍କୁ ପୂଜା କରି ତାଙ୍କୁ ପ୍ରସାଦ ଖୁଆଇ ଦକ୍ଷିଣା ଦେଇ ତାଙ୍କୁ ମୁଣ୍ଡିଆ ମାରନ୍ତୁ ।