ଭଦ୍ରକ (ଏଟିଆର ବ୍ୟୁରୋ): ମା ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ ଶେଷ ହୋଇଛି । ସପ୍ତମାତୃକା ପୂଜାର ଶେଷ ଦିନରେ ମା ଭଦ୍ରକାଳୀ ତାଙ୍କ ଭକ୍ତଙ୍କୁ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଇଛନ୍ତି ।
ମା ଭଦ୍ରକାଳୀ ତାଙ୍କର ଏହି ବେଶରେ ପଦ୍ମ ଉପରେ ଉପବେଶନ କରିଥାନ୍ତି ଏବଂ ଧବଳ ହସ୍ତୀ ତାଙ୍କ ବାହାନ ହୋଇଥାନ୍ତି । ବିଶ୍ୱାସ ରହିଛି କି ମା ଭଦ୍ରକାଳୀ ମହାଲକ୍ଷ୍ମୀ ବେଶ ଧାରଣ କଲେ ଧନ ଧାନ୍ୟ ପରିପୂର୍ଣ୍ଣ ହୋଇଥାଏ ।