ପୁରୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର ମହାଳୟା ଅମାବାସ୍ୟା । ଭାଦ୍ରକ କୃଷ୍ଣ ପ୍ରତିପଦାଠାରୁ ଆରମ୍ଭ ହୋଇଥିବା ପିତୃପକ୍ଷର ଆଜି ଶେଷ ଦିନ । ବିଶ୍ୱାସ ରହିଛି କି ୧୫ ଦିନ ଧରି ଚାଲିଥିବା ପିତୃପକ୍ଷ ଅବସରରେ ପତୃପୁରୁଷମାନେ ମର୍ତ୍ତମଣ୍ଡଳକୁ ଆସିଥାନ୍ତି । ସେଥିପାଇଁ ସେମାନଙ୍କୁ ଶ୍ରାଦ୍ଧ ଓ ପିଣ୍ଡଦାନ କରିବାର ପରମ୍ପରା ରହିଛି । ସେହିପରି ମହାଳୟରେ ପିଣ୍ଡଦାନ କରିବାର ବିଶେଷ ମହତ୍ୱ ରହିଛି । ସେଥିପାଇଁ ତୀର୍ଥକ୍ଷେତ୍ର , ତୀର୍ଥ ପୁଷ୍କରଣୀ ମାନଙ୍କରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପାଇଁ ମହାଳୟରେ ପ୍ରବଳ ଭିଡ ଜମିଥାଏ ।
ଶ୍ରୀମନ୍ଦିରରେ ମଧ୍ୟ ଭକ୍ତମାନେ ଆସି ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥାନ୍ତି । ସେହିଅନୁଯାୟୀ ଆଜି ମହାଳୟ ଅବସରରେ ଶ୍ରୀମନ୍ଦିରରେ ପ୍ରବଳ ମାତ୍ରାରେ ଭକ୍ତଙ୍କ ଭିଡ ଲାଗିବା ସହ ଉତ୍ତର ଦ୍ୱାରରେ ପିଣ୍ଡଦାନ କରାଯାଉଛି ।