ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହାମୃତ୍ୟୁଞ୍ଜୟ ମନ୍ତ୍ର । ଏହା ଏଭଳି ଏକ ମନ୍ତ୍ର ଯାହାକୁ ଜପିବା ଦ୍ୱାରା ସମସ୍ତ କଷ୍ଟ ଦୂର ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି, ଏହି ମନ୍ତ୍ରର ଉତ୍ପତ୍ତି କିଭଳି ହୋଇଥିଲା । ତେବେ ଆସନ୍ତୁ ଜାଣିବା ।
କୁହାଯାଏ କି ସନ୍ତାନ ପ୍ରାପ୍ତ ପାଇଁ ଶିବ ଭକ୍ତ ଋଷି ମୃକଣ୍ଡୁ ଭଗବାନ ଶିବଙ୍କର କଠୋର ତପସ୍ୟା କରିଥିଲେ । ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ଶିବ, ମୃକଣ୍ଡୁଙ୍କୁ ତାଙ୍କ ଇଛାନୁସାରେ ସନ୍ତାନ ପ୍ରାପ୍ତ ହେବାର ବର ଦେଲେ ସତ କିନ୍ତୁ ମୃକଣ୍ଡୁଙ୍କୁ ଭଗବାନ ଶିବ କହିଲେ କି, ଏହି ପୁତ୍ର ଅଳ୍ପାୟୁ ହେବ । ଏହାକୁ ଶୁଣି ନିରାଶ ହୋଇପଡିଲେ ମୃକଣ୍ଡୁ । ଏହାପରେ ତାଙ୍କର ଏକ ପୁତ୍ର ସନ୍ତାନ ପ୍ରାପ୍ତ ହେଲା । ସାଧୁମାନେ କହିଥିଲେ କି, ଶିଶୁଟି କେବଳ ୧୬ ବର୍ଷ ଯାଏଁ ବଞ୍ଚି ପାରିବ । ଏହା ପରେ ଦୁଃଖିତ ହୋଇଗଲେ ମୃକଣ୍ଡୁ । ଏହାକୁ ଦେଖି ମୃକଣ୍ଡୁଙ୍କ ପତ୍ନୀ କାରଣ ପଚାରିବାରୁ ସେ ମସସ୍ତ କଥା କହିଥିଲେ । ସେହିସମୟରେ ପତ୍ନୀ କହିଥିଲେ କି ଯଦି ଭଗବାନ ଶିବଙ୍କ ଆର୍ଶିବାନ ଥିବ ତେବେ ସେ ଏହି ବିପଦକୁ ଟାଳି ଦେବେ । ଏହାପରେ ମୃକଣ୍ଡୁ ତାଙ୍କୁ ପୁତ୍ରର ନାମ ମାର୍କେଣ୍ଡେୟ ରଖି ତାଙ୍କୁ ଶିବ ମନ୍ତ୍ର ଦେଲେ । ମାର୍କେଣ୍ଡେୟ ଶିବ ଭକ୍ତିରେ ଲୀନ ହୋଇଗଲେ । ଯେତେବେଳେ ସମୟ ପାଖେଇ ଆସିଲା ସେତେବେଳେ ପିତା ମୃକଣ୍ଡୁ ପୁତ୍ର ମାର୍କେଣ୍ଡେୟକୁ ତାର ଅଳ୍ପାୟୁ ବିଷୟରେ କହିଲେ । ଏହାସହିତ ପୁତ୍ରକୁ ସାନ୍ତ୍ୱନା ମଧ୍ୟ ଦେଇଥିଲେ କି ଯଦି ଭଗବାନ ଶିବ ଚାହିଁବେ ତେବେ ଏହି ବିପଦ ଟଳିିଯିବ । ଏହାପରେ ପିତାମାତାଙ୍କ ଦୁଃଖକୁ ଦୂର କରିବା ପାଇଁ ଶିବଙ୍କଠାରୁ ଦୀର୍ଘାୟୁର ବରଦାନ ପାଇବା ପାଇଁ ଆରଧନା ଆରମ୍ଭ କଲେ ମାର୍କେଣ୍ଡେୟ । ଏହାସହିତ ଦୀର୍ଘାୟୁ ବରଦାନ ପ୍ରାପ୍ତ ହେତୁ ଶିବଙ୍କ ଆରାଧନା ପାଇଁ ମାର୍କେଣ୍ଡେୟ ମହାମୃତ୍ୟୁଞ୍ଜୟ ମନ୍ତ୍ର ରଚନା କଲେ ଏବଂ ଶିବଙ୍କ ମନ୍ଦିରରେ ବସି ଏହାକୁ ଜପିବା ଆରମ୍ଭ କରିଥିଲେ ।
ଏହାପରେ ଭଗବାନ ଶିବ ପ୍ରସନ୍ନ ହୋଇ ମାର୍କେଣ୍ଡେୟକୁ ଦୀର୍ଘାୟୁର ବରଦାନ ଦେଇ ବିଧିର ବିଧାନକୁ ବଦଳାଇ ଦେଇଥିଲେ । ଏହାସହିତ ସେ ଆର୍ଶିବାଦ ମଧ୍ୟ ଦେଇଥିଲେ କି ଯେଉଁ ବ୍ୟକ୍ତି ଏହି ମନ୍ତ୍ର ନିୟମିତ ଜପିବେ ତାଙ୍କର କଦାପି ଅକାଳ ମୃତ୍ୟୁ ପ୍ରାପ୍ତି ହେବ ନାହଁ ।